ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ

ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ : ମନମୋହନ ସାମଲ

 ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ।

ଭୁବନେଶ୍ୱର(ନି.ପ୍ର)୦୬/୦୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ରାଜନେତା ଥିଲେ ।ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି ହେବ ସେନେଇ ସର୍ବଦା କାର୍ଯ୍ୟ କରୁଥିଲେ ଶ୍ରୀ ମୁର୍ଖାଜୀ ।

ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନହିଁ ଚଲେଙ୍ଗେ’ ବୋଲି ଦୃଢତାର ସହ ଡ.ମୁଖାର୍ଜୀ କହିଥିଲେ ।

ସେ ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ । ଯାହାକି ଆଧୁନିକ ଭାରତବର୍ଷର ଦିଶା ଓ ଦଶା ପରିବର୍ତନରେ ସହାୟକ ହୋଇଛି । ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି । ଜନସଂଘ ଏବଂ ପରବର୍ତୀ ସମୟରେ ବିଜେପିର ରାଷ୍‌୍ରବାଦୀ ବିଚାରଧାରାର ପ୍ରଣେତା ଥିଲେ ଡ.ମୁଖାର୍ଜୀ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଥିଲେ ଯେ, ‘ତ୍ୟାଗ, ତପସ୍ୟା ଓ ବଳିଦାନ’ର ପ୍ରତୀକ ଥିଲେ ଡ.ମୁଖାର୍ଜୀ । ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ ।

ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରିଥିଲେ । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ ସଂକଳ୍ପବଦ୍ଧ ଥିଲେ । ଶିକ୍ଷା ମାଧ୍ୟମରେ ଦେଶର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତାବାଦ ଓ ଦେଶଭକ୍ତି ବଢେଇବା ସହ ପୂର୍ବତନ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତନ ଉପରେ ଡ. ମୁଖାର୍ଜୀ ଜୋର ଦେଇଥିଲେ ।
ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଶ୍ରଦ୍ଧାଞ୍ଜଳୀ ଜଣାଇ କହିଥିଲେ ଯେ, ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ବିଚାର ଓ ତାଙ୍କ ଆଦର୍ଶରେ ଆଜିର ଯୁବ ବର୍ଗ ଅନୁପ୍ରାଣିତ ହେବା ନିହାତି ଆବଶ୍ୟକ । ତାଙ୍କ ବିଚାରଧାରାକୁ ଆଧାର କରି ଆଜି ବିଜେପି ଦେଶବାସୀଙ୍କ ପାଇଁ ସେବା କରୁଛି ।

ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟବୃକ୍ଷ ଭାବେ ରୂପ ନେଇଛି । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ଯାହା ଫଳରେ ଡ.ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଈୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ସାଂସଦ, ବିଧାୟକ, ଦଳର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଆଜି ସକାଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବିଜେପି ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସେୟାର କରନ୍ତୁ

Next Post

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି

Sun Jul 6 , 2025
ବାସ୍ତବ ବ୍ୟୁରୋ: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସୁଶୋଭିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ରବିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ […]

You May Like

Breaking News

Pin It on Pinterest