ପୁଣି ନାବାଳିକାକୁ ଗଣଦୁଷ୍କର୍ମ ! ଦୁଷ୍କର୍ମକାରୀ ଦାଦା ସହ ୩ ଭାଇ ଗିରଫ !

ମଧ୍ୟପ୍ରଦେଶ(ବାସ୍ତବ ଟିଭି): ରାଜ୍ୟ ହେଉକି ଦେଶ ଥମିବାର ନାଁ ଧରୁନି ଦୁଷ୍କର୍ମ । ସତେ ଯେମିତି ନାରୀ ସାଜୁଛନ୍ତି ପୁରୁଷ ହାତର ଖେଳନା । ସାରା ଭାରତରେ ଦୁଷ୍କର୍ମ ଗୋଟେ ବ୍ୟାଧୀ ପାଲଟିଗଲାଣି । ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମର ଶିକାର ହେଇଥିବା ମହିଳା ମାନଙ୍କ ଭିତରୁ ଅଧିକାଂଶ ମହିଳା ହେଉଛନ୍ତି ନାବାଳିକା । ପୁଣି ସେମିତି ଏକ ଲଜ୍ଜାକର ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । ଯେଉଁଠିକି ମାତ୍ର ୧୨ ବର୍ଷର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଷ୍କର୍ମକାରୀ ମାନେ ଆଉ କେହି ନୁହଁନ୍ତି ସେମାନେ ହେଉଛନ୍ତି ନାବାଳିକାର ନିଜର ଭାଇ ଓ ଦାଦା । ତାହା ସହ ଖୁଡିବି ସମ୍ପୃକ୍ତ ଥିବା ଜଣା ପଡିଛି ।

ସୂଚନା ଅନୁଯ୍ରାୀ ନାବାଳିକା ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ଚଳିତ ମାର୍ଚ୍ଚ ମାସ ୧୩ ତାରିଖରେ ସେ ନିଖୋଜ ଥିବା ଜଣାପଡ଼ିଥିଲା । ନିଖୋଜର ମାତ୍ର କିଛି ଦିନ ପରେ ବରଖେଡି ଗାଁର ଏକ ବିଲରୁ ନାବାଳିକା ଜଣକର ମୃତ ଦେହ ମିଳିଥିଲା । ସେହି କଟା ମୁଣ୍ଡକୁ ଜବତ କରି ପୁଲିସ୍ ତାର ତଦନ୍ତ ଚଳାଇଥିଲା । କିନ୍ତୁ ଏହି ଘଟଣାରେ ପୁଲସ୍କୁ କିଛି ସଫଳତା ମିଳିନଥିଲା । ପରେ ଏ ସମ୍ଭଦ୍ଧୀୟ ତଥ୍ୟ ଯୋଗାଡ଼ କରିବା ପାଇଁ ତଥ୍ୟ ଦେବା ବ୍ୟକ୍ତିଙ୍କ ପାଇଁ ୧୦ହଜାର ଟଙ୍କା ପୁରଷ୍କାର ରାଶି ଘୋଷଣା କରିଥିଲା । ଏବଂ କିଛି ସେମିତି ଫାଇଦା ନମିଳିବାରୁ ସେହି ପୁରଷ୍କାର ରାଶିକୁ ବଢ଼ାଇ ୨୫ହଜାର ଟଙ୍କା ଘୋଷଣା କରିଥିଲା । ହେଲେ କିଛି ଫାଇଦା ହୋଇନଥିଲା ।

ହେଲେ ପୁଲିସ୍ ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଜ୍ଝ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିଲା ଜ୍ଝ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ ନାବାଳିକାଙ୍କ ଖୁଡି ପୋଲିସକୁ ପଥଭ୍ରଷ୍ଟ କରିଥିଲେ ଜ୍ଝ ସେ କହିଥିଲେ ଯେ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପଡୋଶୀ ସାମିଲ ଅଛି ବୋଲି କହିଥିଲେ ଜ୍ଝ
ନାବାଳିକାଙ୍କ ଖୁଡିର ବୟାନ ଅନୁଯାୟୀ, ପୋଲିସ ପଡୋଶୀଙ୍କୁ ପଚରାଉଚୁରା କରିଥିଲା ଜ୍ଝ କିନ୍ତୁ ପଡୋଶୀରେ ଏଥିରେ କୌଣସି ହାତ ନଥିବା ପୋଲିସ ସ୍ପଷ୍ଟ ଜାଣିବାକୁ ପାଇଥିଲା ଜ୍ଝ କିନ୍ତୁ ପରେ ଜଣେ ବ୍ୟକ୍ତି ପୁଲସ୍କୁ ତାଙ୍କର ୨୦ବର୍ଷର ଜାଣେଙ୍କ ହାତଥିବା କହିଥିଲେ । ହେଲେ ସେହି ଭାଇ ଜଣକ ଫେରାର ଥିବରୁ ପୁଲିସ୍ ଅନ୍ୟ ଦୁଇ ଭାଇକୁ ପଚରା ଉଚରା କରିଥିଲା । ଏବଂ ପୁଲିସ୍ ଅଧିକ ପଚରାଉଚରା କରିବାରୁ ଅଭିଯୁକ୍ତ ଦୁଇ ଭାଇ ସତ ସବୁ ମାନିଯାଇଥିଲା ।

ଅଭିଯୁକ୍ତ ଭାଇ କହିବା ଅନୁଯାୟୀ, ନାବାଳିକା ଭଉଣୀ ସହ ବଡ଼ ଭାଇ ପୂର୍ବରୁ ଦୁଷ୍କର୍ମ କରିଆସୁଥିଲା । ଘଟଣା ଦିନ କିଛି କାମପାଇଁ ଘର ଲୋକେ ସମସ୍ତେ ବାହାରକୁ ଯାଇଥିବା ସମୟରେ ବଡ଼ ଭାଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ପରେ ଦୁଇ ଭାଇ ଆସି ପହଁଚିବା ପରେ ସେମାନେ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ହେଲେ ଘଟଣାସ୍ଥଳରେ ଦାଦା ପହଁଚିବାପରେ ସମସ୍ତକୁ ଗାଳି କରିଥିଲେ ।ଗାଳି କରିବା ପରେ ମଧ୍ୟ ନିଜେ ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲେ । ଏସବୁ ଜାଣିଶୁୁଣି ମଧ୍ୟ ଖୁଡ଼ି ଚୁପ୍ ରହିଥିଲେ । ନାବାଳିକା ଦୁଷ୍କର୍ମ ହେବାପରେ ଅଭିଯୁକ୍ତ ଭାଇ ଓ ଦାଦାଙ୍କୁ ଧମକ ଦେଇ କହିଥିଲେକି ଏସବୁ ବିଷୟରେ ପୁଲିସ୍ ଆଗରେ କହିଦେବ । ପୁଲିସ୍ ପାଖରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତମାନେ ନାବାଳିକାର ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏବେ Google Pay କୁ ଟକ୍କର ଦେବMi Pay !

Tue Mar 19 , 2019
ନୂଆଦିଲ୍ଲୀ (ବାସ୍ତବ ଟିଭି): ଚାଇନାର ଏକ କମ୍ପାନୀ ‘ସାଓମି’ ଭାରତରେ ଲଞ୍ଚକଲା ‘ଏମଆଇପେ’ା ଏହା ସମ୍ପୁର୍ଣ୍ଣ ‘ଗୁଗୁଲ ପେ’ ପରି । ଏହାକୁ ଆପଣ ଠିକ୍ ଗୁଗୁଲ ପେ ପରି ବ୍ୟବହାର କରିପାରିବେ । ଯାକି ବର୍ତ୍ତମାନର ସମୟରେ ଗୁଗୁଲ ପେକୁ ଶକ୍ତ ଧକ୍କା ଦେବାକୁ ଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ଆପକୁ ବ୍ୟବହାର କରିବା ଦ୍ୱାରା Redmi Note 7 ଓ Mi TV […]
google

You May Like

Pin It on Pinterest