ଆଉ କାମ ଦେବନି ଆୟୁଷ୍ମାନ କାର୍ଡ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ବାସ୍ତବବ୍ୟୁରୋ(ଚଣ୍ଡିଗଡ଼)୦୮/୦୮: ଆଉ କାମ ଦେବନି ଆୟୁଷ୍ମାନ କାର୍ଡ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କରେ ହରିୟାଣା ଇଣ୍ଡିଆନ ମେଡିକାଲ ଆସୋସିଏଶନ(IMA) ଏକ ବଡ଼ ନିଷ୍ପତ୍ତି ନେଇଛି ହସ୍ପିଟାଲଗୁଡ଼ିକର ବକେୟା ବିଲ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି।

କୌଣସି ହସ୍ପିଟାଲଗୁଡ଼ିକ ଆଉ ହରିୟାଣାରେ ଆୟୁଷ୍ମାନ କାର୍ଡ ଧାରକଙ୍କୁ ଚିକିତ୍ସା କରିବେ ନାହିଁ। ଇଣ୍ଡିଆନ ମେଡିକାଲ ଆସୋସିଏଶନର ହରିୟାଣା ୟୁନିଟ ବୁଧବାର ରାତି ୧୨ଟାରୁ ଆୟୁଷ୍ମାନ କାର୍ଡଧାରୀଙ୍କ ଚିକିତ୍ସା ପାଇଁ ହୋଇଥିବା ଚୁକ୍ତିକୁ ସ୍ଥଗିତ ରଖିଛି।ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ହରିୟାଣା ସରକାରଙ୍କ ସହିତ ଆଲୋଚନା ବିଫଳ ହୋଇଛି ଏବଂ କେନ୍ଦ୍ର ସରକାର ଏବଂ ହରିୟାଣା ସରକାରଙ୍କ ଉପରେ ପ୍ରାୟ ୪୯୦ କୋଟି ଟଙ୍କା ବକେୟା ଅଛି।

IMA ଆହୁରି କହିଛି ଯେ, ପୂର୍ବ ବକେୟା ପରିଶୋଧ କରିବା ପାଇଁ ସରକାର ଦ୍ୱାରା ଏକ ଦୃଢ଼ ନିଷ୍ପତ୍ତି ନିଆ ନ ଯିବା ପର୍ଯ୍ୟନ୍ତ ଘରୋଇ ହସ୍ପିଟାଲଗୁଡ଼ିକ ଆୟୁଷ୍ମାନ କାର୍ଡଧାରୀଙ୍କୁ ଚିକିତ୍ସା କରିବ ନାହିଁ। IMAର ନିଷ୍ପତ୍ତି ଅନୁଯାୟୀ, ଏବେ ଆୟୁଷ୍ମାନ କାର୍ଡଧାରୀମାନେ ରାଜ୍ୟର ୬୦୦ରୁ ଅଧିକ ଘରୋଇ ହସ୍ପିଟାଲ ଏବଂ ଗୁରୁଗାଓଁର ପ୍ରାୟ ୪୦ଟି ଛୋଟ ଏବଂ ବଡ଼ ଘରୋଇ ହସ୍ପିଟାଲରେ ମାଗଣା କିମ୍ବା ରିହାତି ଚିକିତ୍ସା ପାଇପାରିବେ ନାହିଁ। ଏଥିପାଇଁ IMA ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛି।

IMA ଏ ସମ୍ପର୍କରେ କହିଛନ୍ତିକି, ବୁଧବାର ଟିମ୍‌ IMA ହରିୟାଣା ACS ସ୍ବାସ୍ଥ୍ୟ ସୁଧୀର ରାଜପାଲ ଏବଂ ଆୟୁଷ୍ମାନ ଭାରତ ହରିୟାଣା ସ୍ବାସ୍ଥ୍ୟ ପ୍ରାଧିକରଣର ଅଧିକାରୀଙ୍କ ସହିତ ଏକ ଅନ୍‌ଲାଇନ୍‌ ବୈଠକ କରିଥିଲା। IMA ପକ୍ଷରୁ ଏଥିରେ ସଭାପତି ଡକ୍ଟର ଏମ୍‌ପି ଜୈନ, ଆଇପିପି ଡକ୍ଟର ଅଜୟ ମହାଜନ, ନିର୍ବାଚିତ ସଭାପତି ଡକ୍ଟର ସୁନୀଲା ସୋନି, ସଚିବ ଡକ୍ଟର ଧୀରେନ୍ଦ୍ର କେ. ସୋନି ଏବଂ ଆୟୁଷ୍ମାନ କମିଟିର ଅଧ୍ୟକ୍ଷ ଡକ୍ଟର ସୁରେଶ ଆରୋରା ଯୋଗ ଦେଇଥିଲେ।

ସେୟାର କରନ୍ତୁ

Next Post

ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ...

Fri Aug 8 , 2025
ଭୁବନେଶ୍ୱର(ନି.ପ୍ର)-ତା ୮/୮:ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା […]

You May Like

Breaking News

Pin It on Pinterest