ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ବିମାନ ଭାରତୀୟ ସୀମା ରେଖା ନିକଟରେ…

ବାସ୍ତବ ବ୍ୟୁରୋ-ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ବିମାନ ଭାରତୀୟ ସୀମା ରେଖା ନିକଟରେ ଗତିବିଧୀ ବୃଦ୍ଧି କରିଛି । ଗତ କିଛିଦିନ ତଳେ ଜମ୍ମୁ-କାଶ୍ମୀରର ହନ୍ଦଓ୍ୱାଡାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୪ଜଣ ଯବାନ ସହିଦ ହୋଇଥିଲେ । ପରେ ପାକିସ୍ତାନ ଭାରତର ପ୍ରତିଆକ୍ରମ ର ଆଶଙ୍କା କରି ସୀମାରେ ଯୁଦ୍ଧ ବିମାନର ଗତିବିଧି ବୃଦ୍ଧି କରିଛି ।

ଏଏନଆଇର ରିପୋର୍ଟ ଅନୁସାରେ, ପାକିସ୍ତାନ ବହୁ ପୂର୍ବରୁ ଏକ ସୈନ୍ୟାଭ୍ୟାସ କରୁଛି । ଏଥିରେ ପାକ୍ ବାୟୁସେନାକୁ ନିୟୋଜିତ କରାଯାଇଛି । ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଥିଲେ, ଭାରତ ବର୍ତ୍ତମାନର ପରିସ୍ଥିତିରେ ପାକ୍ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରିପାରେ । ଇମରାନ ଆହୁରି ମଧ୍ୟ ଭାରତର ନୀତିକୁ ମଧ୍ୟ ବିରୋଧ କରିଥିଲେ ।  ସୂଚନାଯୋଗ୍ୟ, କାଶ୍ମୀର ଅଶାନ୍ତି ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଥିଲେ । ପାକିସ୍ତାନର ଏହି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହି, ପାକିସ୍ତାନୀ ବାୟୁସେନାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ପଜିଟିଭ ସଂଖ୍ୟା-୩୭୭

Sun May 10 , 2020
ବାସ୍ତବ ବ୍ୟୁରୋ– ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶାର ମୁଣ୍ଡ ବିନ୍ଧା ର କାରଣ ହୋଇଛି କରୋନା । ଆଜି ସୁଦ୍ଧା ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁରଟ ଫେରନ୍ତା ହେଉଛନ୍ତି ୧୭୩ ଜଣ । ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୨୪ ଜଣ । ସେହିପରି ଅନୁଗୁଳ ଜିଲ୍ଲାରେ […]

You May Like

Pin It on Pinterest