ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ ଯାଏଁ ବିଜେପି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିପାରିନାହିଁ ।

ବିଜେପିର ଏହି ବିଳମ୍ବ ପ୍ରାର୍ଥୀ ତାଲିକାକୁ ନେଇ ରାଜ୍ୟରାଜନୀତିରେ ଉଠିଲାଣି ପ୍ରଶ୍ନର ଝଡ଼ । ତାହା ସହ ସାଧାରଣ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଲାଣି । ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ନକରିବା ପଛରେ କ’ଣ ଥାଇପାରେ ରହସ୍ୟ ? ବିଜେପିର ୧୨୦+ ମିଶନ ପାଇଁ କଣ ତାର ରଣକ୍ଷେତ୍ରକୁ ଫୁଲ ଦମରେ ଓହ୍ଲାଇବାକୁ ଚେଷ୍ଟାକରୁଛି ? ନା କହାକୁ କେଉଁଠି ଟିକେଟ୍ ଦେବାର ଅଙ୍କ ବିଜେପିର ଭୁଲ ହୋଇଯାଉଛି ? ନା ଦଳ ମଧ୍ୟରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାହା ନେଇ ଭାଗ ଛିଡ଼ୁନି ?

ଏମିତି ବହୁ ପ୍ରଶ୍ନ ରାଜନୀତି ଓ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ସିଇସିର ବୈଠକ ବସିଥିଲା । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଟିକଟ ଫାଇନାଲ ହୋଇଯିବ ବୋଲି ଜଣାପଡ଼ୁଛି । ଯଦିବା ବିଜେପି ବହୁ ଆଗରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିସାରିଥିବ, ହେଲେ ଏବେ ନୂଆ କରି ଏଣ୍ଟି ମରିଥିବା ହେଭିୱେଟଙ୍କ ପାଇଁ ପୁଣି ପ୍ଲାନ ବଦଦେଇଥିବ ଦଳ । ଆମଦାନୀ ନେତାଙ୍କୁ କେଉଁଠି, କେଉଁ ସିଟ୍ ଦେଇ ସନ୍ତୁଷ୍ଟ କରିବ ଓ ଥଇଥାନ କରିବାକୁ ପଡ଼ିବ ସେ କାମରେ ଦଳ ବ୍ୟସ୍ତ ଥିବାରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନଥାଏ ବୋଲି ଅନୁମାନ କରାଯାଉଛି । ସେ ଯାହାବି ହେଉନା କାହିଁକି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।