୨୦ ଲକ୍ଷ କୋଟି ପ୍ୟାକେଜ୍ ରେ କାହାର ବାଣ୍ଟ କେତେ ?

ବାସ୍ତବ ବ୍ୟୁରୋ-ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଓ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ହେଲେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ଏହି ପ୍ୟାକେଜ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ଅର୍ଥାତ କାହାର ବାଣ୍ଟ କେତେ ?

ଏହି ପ୍ୟାକେଜର ଲକ୍ଷ ହେଉଛି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ । ଏହି ପ୍ୟାକେଜରେ ଲାଣ୍ଡ (ଭୂମି),ଲେବର(ଶ୍ରମ), ଲିକ୍ୱିଡିଟି( ନଗଦ ଅର୍ଥ) ଓ ଲ (ଆଇନ) କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ତେବେ ଆସନ୍ତୁ ଜାଣିବା :

୧-ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାମାନଙ୍କ ପାଇଁ ପ୍ରାୟ ୩ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ସ୍କିମ ଅନୁସାରେ ଏମଏସଏମଇମାନେ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ ପାଇପାରିବେ । ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର ଥିବା କିମ୍ବା ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ଥିବା ସଂସ୍ଥାମାନେ ଏହି ସ୍କିମର ଲାଭ ଉଠାଇପାରିବେ । ଏସବୁ ଋଣ ପାଇଁ ସରକାର ଗ୍ୟାରେଣ୍ଟି ଦେବେ । ଅନ୍ୟପକ୍ଷରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାମାନଙ୍କ ବ୍ୟାଖ୍ୟାକୁ ସରକାର ସଂଶୋଧନ କରିଛନ୍ତି।

। ଏଣିକି ୧ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ ଲଘୁ ଉଦ୍ୟୋଗ କୁହାଯିବ । ସେହିପରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ କ୍ଷୁଦ୍ର ଉଦ୍ୟୋଗ କୁହାଯିବ । ଅନ୍ୟପକ୍ଷରେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଓ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣଓଭର କରୁଥିବା ସଂସ୍ଥାକୁ ଲଘୁ ଉଦ୍ୟୋଗ କୁହାଯିବ ।

୨-କରୋନା ସଙ୍କଟ କାରଣରୁ ସ୍ୱଳ୍ପ ଆୟ କରୁଥିବା କର୍ମଚାରୀଙ୍କ ପାଇଁ PF ରିଲିଫକୁ ତିନି ମାସରୁ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାର ସହାୟତା ପାଇଁ 2500 କୋଟି ଟଙ୍କା ଆବଣ୍ଟନ କରାଯାଉଥିବା ସେ କହିଛନ୍ତି । ଆଗାମୀ ୩ ମାସ ଯାଏ ଘରୋଇ କମ୍ପାନି କର୍ମଚାରୀଙ୍କ ଇପିଏଫ ଦେବେ ସରକାର।  ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ ରାଶି ସରକାର ବହନ କରିବେ। ୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ମୋଟ ୭୨ ଲକ୍ଷ ୨୨ ହଜାର କର୍ମଚାରୀଙ୍କୁ ଏହି ସୁବିଧା ମିଳିବ।

୩-୨୫ ପ୍ରତିଶତ ଟିଡ଼ିଏସ ହ୍ରାସ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡ଼ିଏସ ଓ ଟିସିଏସ ଦରରେ ୨୫ ପ୍ରତିଶତ ହ୍ରାସ କରାଯିବ । ଟିଡ଼ିଏସ ଓ ଟିସିଏସ ଦରରେ ହ୍ରାସ ଯୋଗୁଁ ୫୦ହଜାର କୋଟିର ଲାଭ ପାଇବେ ଦେଶର କରଦାତା । ଏହାସହ ଟାକ୍ସ ଅଡ଼ିଟ୍ ତାରିଖ ୩୧ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଥିବା ନେଇ ସୂଚନା ମିଳିଛି । ଏହାସହ ଏନବିଏଫସି ପାଇଁ ୩୦ହଜାର କୋଟିର କ୍ରେଡ଼ିଟ ଗ୍ୟାରେଣ୍ଟି ସ୍କିମ୍ ହୋଇଛି ।

୪-ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟର ବିତ୍ୟୁତ ବିତରଣ କମ୍ପାନି (ଡିସକମ) ମାନେ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କଳକାରଖାନା ଆଦି ବନ୍ଦ ଥିବାରୁ ଡିସକମ ମାନଙ୍କ ରାଜସ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି । ଏହା ଫଳରେ ଡିସକମ ମାନଙ୍କ ନିକଟରେ ବିଦ୍ୟୁତ ଉତ୍ପାଦନ କମ୍ପାନିମାନଙ୍କର ପ୍ରାୟ ୯୪ ହଜାର କୋଟିର ବକେୟା ରହିଛି । ଏମାନଙ୍କ ପାଇଁ ପ୍ରାୟ ୯୦ ହଜାର କୋଟିର ଋଣ ସହାୟତା ଘୋଷଣା କରିଛନ୍ତି ।

୫-ନିର୍ମାଣକାରୀ କମ୍ପାନୀମାନଙ୍କୁ ୬ମାସ ପର୍ଯ୍ୟନ୍ତ ରିହାତି ମିଳିବ । ରେଲୱେ, ସଡ଼କ, ହାଇୱେ ନିର୍ମାଣକାରୀ କମ୍ପାନୀଙ୍କୁ ମଧ୍ୟ ରିହାତି ମିଳିବ । ପ୍ରକଳ୍ପ ପୂରଣ କରିବାକୁ ୬ମାସର ରିହାତି ମିଳିବ । ବିଲ୍ଡରଙ୍କୁ ପ୍ରକଳ୍ପ ପୂରଣ ପାଇଁ ଅଧିକ ୬ମାସ ସମୟ ମିଳିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu May 14 , 2020
୧-୭୩ ନୂଆ କରୋନା ଆକ୍ରାନ୍ତ। ଗଞ୍ଜାମ ୪୨, ଯାଜପୁର ୧୭, ସୁନ୍ଦରଗଡ ୨, ଖୋର୍ଦ୍ଧା ୩ ଓ ଭଦ୍ରକ ୯ ଜଣ ନୂଆ ଆକ୍ରାନ୍ତ। ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା। ୪୬୫ ଜଣ ଚିକିତ୍ସାଧୀନ ଥବାବେଳେ ୧୪୩ ଜଣ ଆରୋଗ୍ୟଲାଭ କରିଛନ୍ତି । ୨-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍। ୩-‘ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା […]

You May Like

Pin It on Pinterest