ନୂଆଦିଲ୍ଲୀ(ବାସ୍ତବ ଟିଭି): ବହୁଜନ ସମାଜବାଦୀ ପାର୍ଟିର ସର୍ବେସବା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏବଂ ସେ କହିଛନ୍ତିକି ସମାଜବାଦୀ ପାର୍ଟି ଏବଂ ବହୁ ଜନ ସମାଜବାଦୀ ପାର୍ଟିର ମେଣ୍ଟ ଏବେବି ମଜବୁତ ରହିଛି । ଏବଂ ଏବେ ତାଙ୍କର ଜିତିବାଠାରୁ ଜରୁରୀ ହେଉଛି ମେଣ୍ଟ ସଫଳତା ।

ଯଦି ନିର୍ବାଚନ ପରେ ଏପରି କୈଣସି ସ୍ଥିତି ସୃଷ୍ଟି ହୁଏ ତେବେ ସେ କୌଣସି ସିଟକୁ ଖାଲିକରି ନିର୍ବାଚନ ଲଢ଼ି ପାରିବେ ଏବଂ ତାହା ସହ ଜିତି ପାରିବେ ବୋଲି କହିଛନ୍ତି ମାୟାବତୀ । ତା ଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି କି ବହୁଜନ ସମାଜବାଦୀ ପାର୍ଟି ଆନ୍ଦୋଳନ ବିରୁଦ୍ଧରେ ବିରେଧୀ ବିଭିନ୍ନ ପ୍ରକାରର ରଣକୌଶଳ ଗ୍ରହଣ କରୁଛନ୍ତି ।



