
ବାସ୍ତବ ବ୍ୟୁରୋ–ଗାଲୱାନ ଘାଟୀରେ ଭାରତ-ଚୀନ୍ ସୈନିକ ମଧ୍ୟରେ ହୋଇଥିବା ସଂଘର୍ଷ ରେ ଭାରତ ର ୨୦ ସୈନିକ ସହିଦ ହେବ ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି, ଚାଇନା ସାମଗ୍ରୀ କୁ ବର୍ଜନ କରିବା ପାଇଁ ସମସ୍ତେ ନିଜ ନିଜ ଭାବରେ ଚେଷ୍ଟା କରିଚାଲିଛନ୍ତି । ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିବା ବେଳେ ୨୦ ସହିଦଙ୍କ ବଦଳରେ ୪୫ ରୁ ୫୦ ଡ୍ରାଗନ ସୈନିକଙ୍କୁ ମାରି ବଦଲା ନେଇଛନ୍ତି ଆମ ଯବାନ ।
ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଚୀନ୍ ସହ ଲାଗିଥିବା ୩୫୦୦ କିଲୋମିଟର ଲମ୍ବା ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ ଥିବା ସଶସ୍ତ୍ର ବାହିନୀକୁ ଚୀନର କୌଣସି ଆକ୍ରମଣାତ୍ମକ ଆଚରଣର ଜବାବ ଦେବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱାତ, ସେନା ମୁଖ୍ୟ ଏମ ଏମ ରନୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଓ ବାୟୁ ସେନାର ମୁଖ୍ୟ ମାର୍ଶଲ ଆରକେ ଏସ ଭଦୌରିୟା ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ୩ ସେନା ବାହିନୀ ପାଇଁ ୫୦୦ କୋଟି ଟଙ୍କା ର ଅସ୍ତ୍ରଶସ୍ତ୍ର କିଣିବାକୁ ଜରୁରୀକାଳୀନ ପାଣ୍ଠି ମଞ୍ଜୁର କରିଛନ୍ତି ।
ଆଜି ଭାରତ ସରକାର ଚୀନ-ଭାରତ ସୀମା ନୀତି କୁ ପରିବର୍ତନ କରିଛନ୍ତି । ଏହି ନିଷ୍ପତି ଅନୁସାରେ, ଏଲଏସି କୁ ଭାରତୀୟ ସୈନିକ ମାନେ ବିନା ଅସ୍ତ୍ର ରେ ଯିବେ ନାହିଁ । ଆବଶ୍ୟକ ପଡିଲେ ଯବାନ ମାନେ ବ୍ୟବହାର କରିପାରିବେ ଅସ୍ତ୍ରଶସ୍ତ୍ର । ଫଳତ ପୂର୍ବରୁ ଚୀନ ଭାରତ ମଧ୍ୟରେ ୧୯୬୬ ଓ ୨୦୦୫ ମସିହାରେ ହୋଇଥିବା ପୂର୍ଜ ରାଜିନାମା ରେ ପରିବର୍ତନ ହୋଇଛି ।
ଭାରତ-ଚୀନ ଉତେଜନା କୁ ଆଖି ଆଗରେ ରଖି, ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ସେନା ମୁତୟନ ବଢ଼ାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଲି ସେନା ମୁତୟନ ହୋଇନି, ଆକାଶରେ ପଇଁତରା ମାରୁଛି ମିରାଜ, ସୁଖୋଇ ଭାରତୀୟ ଯୁଦ୍ଧ ବିମାନ ଓ ଆପାଚି ହେଲିକପଟର । ଉଡାଣ ଭରୁଛନ୍ତି ଟ୍ୟାଙ୍କ ବିଧ୍ୱସ୍ତି କ୍ଷେପଣାସ୍ତ୍ର । ପରିସ୍ଥିତି କେତେ ଗମ୍ଭୀର ଏଥିରୁ ଅନୁମାନ କରାଯାଇପାରେ ।
ଦେଶବାସୀ ଯଦି ଚାଇନା ସାମଗ୍ରୀ କୁ ହୃଦୟର ସହ ବୟକଟ୍ କରନ୍ତି, ଅର୍ଥନୈତିକ ମହଲରେ ଚର୍ଚ୍ଚା ହୁଏ କି ଚାଇନା ର ଆର୍ଥିକ ଅଭିବୃଦ୍ଧିରେ ହ୍ରାସ ହେବ । ଭାରତ ଯୁଧ୍ୟ ରେ କଡା ମୁକାବିଲା କରିବା ସହ ଚୀନ କୁ ଆର୍ଥିକ ସଂକଟରେ ମଧ୍ୟ ପକାଇପାରିବ ତେଣୁ କେବଳ ହାତ ରେ ନୁହଁ ଭାତରେ ବି ମାରିପାରିବା ଆମେ ଚାଇନା କୁ ।




