ବାସ୍ତବ ବ୍ୟୁରୋ–ଗାଲଭାନ୍ ଘାଟିରେ ଚୀନ୍-ଭାରତ ସେନା ମୁହାଁମୁହିଁ ହେବା ପରେ ଭାରତରେ ଚାଇନା ବିରୋଧୀ ମନୋଭାବ ଖୁବ ଜୋର ହେବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ଭାବେ ଚୀନ୍ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା ହୋଇନଥିଲେ ମଧ୍ୟ ଦେଶର ସମସ୍ତ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ମାନଙ୍କରେ ମଧ୍ୟ ଚୀନ ଦ୍ରବ୍ୟ ଉପରେ ଅଘୋଷିତ କଟକଣାକୁ କଡାକଡି କରା ଯାଇଛି ।
ଦକ୍ଷିଣ ମୁମ୍ବାଇର ବଜାର ଚାଇନାର ଖେଳନା ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ପାଇଁ ଏକ ବଡ଼ ବଜାର । ଦୋକାନୀମାନେ ପୂର୍ବରୁ ଅର୍ଡର ଦେଇଥିବା ଚାଇନାର ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟର ସମଗ୍ରୀ ସବୁ ବର୍ତ୍ତମାନ ଆସି ମୁମ୍ୱାଇରେ ପହଁଞ୍ଚିଛି, କିନ୍ତୁ ବିମାନବନ୍ଦରରେ ଥିବା କଷ୍ଟମ୍ସ ଅଧିକାରୀମାନେ ପରିବହନ ସାମଗ୍ରୀକୁ କ୍ଲିୟରାନ୍ସ ଦେଉନାହାଁନ୍ତି ।
ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ କଷ୍ଟମ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କ ତରଫରୁ ଉତ୍ତର ମିଳିଥିଲା କି, କରୋନା ହେତୁ କର୍ମଚାରୀ ଏବଂ ଅଧିକାରୀମାନେ ସ୍ୱଳ୍ପ ସଂଖ୍ୟାରେ ରହିଥିବାରୁ ସମଗ୍ରୀ କ୍ଲିଅରାନ୍ସ କରିବାରେ ବିଳମ୍ୱ ଲାଗୁଛି ।




