ଆତଙ୍କବାଦୀଙ୍କୁ ନେଇ ଜେଟଲିଙ୍କ ବଡ଼ ବୟାନ !

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ଆକ୍ରମଣରେ ଜବାବ ଦେଇଛି ଭାରତ । ଗତକାଲି ଭୋର ୩.୨୦ମିନିଟରେ ଭାରତର ବାୟୁ ସେନା ପାକିସ୍ତାନ ପାହଡ଼ ଉପରେ ଥିବା ଆତଙ୍କୀ ଶିବିର ଉପରେ ଅଚାନକ ଆକ୍ରମଣ କରିଥିଲା । ଯାହାକି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେଣୁ ପାକିସ୍ତାନ ଆଜିତାର ଆକ୍ରମଣ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିଲା । ଏମିତି କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ପ୍ରସଂଗରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । ଜେଟଲିଙ୍କ କହିବା ଅନୁଯାୟୀ, ଭାରତ ପାଖରେ ସବୁକିଛି କରିବାର କ୍ଷମତା ରହିଛିି । “ଆମେରିକା ନେଭି କମାଣ୍ଡୋମାନେ ଆବୋଟାବାଦରେ ପଶି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ହତ୍ୟା କରିବା କଥା ମୋର ମନେ ପଡ଼ୁଛି। ଯଦି ଆମେରିକା ଏମିତି କରିପାରିଲା, ତା’ହେଲେ ଭାରତ କାହିଁକି ପାରିବ ନାହିଁ? ତେଣୁ ଆମ ପାଇଁ ଏବେ ସବୁ କିଛି ସମ୍ଭବ।” ଏମିତି କହିବା ସହ ସେ ଆହୁହି ମଧ୍ୟ କହିଛନ୍ତି ଭରତ ଓ ଭାରତର ସେନା ପକ୍ଷରେ ସବୁକିଛି ସମ୍ଭବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କିଷାନକୁ ଏବେ ନବୀନଙ୍କ ହଁ !

Wed Feb 27 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର‌୍ୟ୍ୟାୟରେ କାଳିଆ ଯୋଜନାରେ […]
CTCTQWDCRRTF

You May Like

Pin It on Pinterest