ମୋଦୀ ସରକାରଙ୍କ ଚୀନ୍ କୁ ଆଉ ଏକ ଆର୍ଥିକ ଝଟକା

ବାସ୍ତବ ବ୍ୟୁରୋ-ଚୀନ୍ ଆମଦାନୀକୁ ରୋକିବାକୁ ପାଇଁ ମୋଦୀ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସରକାର ଚାଇନାରୁ ପାୱାର ଟିଲର ଏବଂ ମେସିନ୍ ଅଂଶଗୁଡିକର ଆମଦାନୀକୁ ବନ୍ଦ କରି ଦେଇଛନ୍ତି । ପାୱାର ଟିଲର୍ ହେଉଛି ଏକ କୃଷି ଯନ୍ତ୍ର, ଯାହା ଚାଷ ପାଇଁ ଜମି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ । ସେଗୁଡିକ ଚାଇନାରୁ ବହୁ ସଂଖ୍ୟାରେ ଆମଦାନୀ ହୋଇଥାଏ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି)ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ପାୱାର ଟିଲର ଏବଂ ଏହାର ଅଂଶଗୁଡିକର ଆମଦାନୀ ଟିକସମୁକ୍ତ ରୁ ନିଷେଧ କୁ ସଂଶୋଧିତ ହୋଇଛି। ନିଷେଧ ବର୍ଗରେ ଏକ ଉତ୍ପାଦ ରଖିବା ଅର୍ଥ ହେଉଛି ଯେ, ଆମଦାନୀକାରୀମାନେ ଏହି ମେସିନ ବା ଅଂଶଗୁଡିକକୁ ଆମଦାନୀ କରିବା ପୂର୍ବରୁ DGFT ରୁ ଏକ ଲାଇସେନ୍ସ ପାଇବା ଆବଶ୍ୟକ ।

ଭାରତ ସରକାର ଚାଇନାରୁ ଆସୁଥିବା ପାୱାର ଟିଲର ଏବଂ ଏହାର ଉପାଦାନ ଆମଦାନୀ ବନ୍ଦ କରିବା ସହ ଭାରତୀୟ ଉତ୍ପାଦକମାନଙ୍କୁ ଉତ୍ସାହିତ କରିବ ।

ଉଲ୍ଲେଖନୀୟ ଯେ, ଗତ ମାସରେ ଭାରତ-ଚୀନ୍ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଏକ ହିଂସାତ୍ମକ ସଂଘର୍ଷରେ ଆମ ଦେଶର ୨୦ ବୀର ଯବାନ ପ୍ରାଣ ହରାଇଥିଲେ । ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଚାଇନାକୁ ଆର୍ଥିକ ଝଟକା ଦେବା ପ୍ରୟାସର ଏକ ଅଂଶ ଭାବରେ ଦେଶରେ ଚାଇନାର ସାମଗ୍ରୀର ବୟେକଟ ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଚାଇନାରୁ ଅନେକ ସାମଗ୍ରୀର ଆମଦାନୀ ଉପରେ ଆଣ୍ଟି-ଡମ୍ପିଂ ଡ୍ୟୁଟି ମଧ୍ୟ ଲାଗୁ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲକ୍ ଡାଉନ୍ ରେ ୪ (ଚାରି) ଜିଲ୍ଲା..ସହ ରାଉରକେଲା ମ୍ୟୁନିସପାଲଟି...

Thu Jul 16 , 2020
ବାସ୍ତବ ବ୍ୟୁରୋ-ଲକଡାଉନ୍‌ ହେଲା ସମଗ୍ର ରାଉରକେଲା ମ୍ୟୁନିସପାଲଟି ଓ ୪ଟି ଜିଲ୍ଲା । ଆସନ୍ତା ୧୭ତାରିଖ ରାତି ୯ଟାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର । ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ । ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଆଜି ଗଣମାଧ୍ୟମକୁ ସୂଚନା […]

You May Like

Pin It on Pinterest