
ବାସ୍ତବ ବ୍ୟୁରୋ-ମିଳିତ ଜାତିସଂଘର ସାଧାରଣ ସଭା ଉପରେ ପଡିଛି କରୋନାର ପ୍ରଭାବ ବିଶ୍ୱର କାର୍ଯ୍ୟକଳାପକୁ ପ୍ରଭାବିତ କରିଛି କରୋନାଭାଇରସ୍ । ସେପ୍ଟେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ସଭାର ସମୟ ମଧ୍ୟ ପାଖେଇ ଆସୁଛି । କିନ୍ତୁ, ଏଥର ଏହି ମହାସଭା ଭିନ୍ନ ହେବାକୁ ଯାଉଛି । ବର୍ତ୍ତମାନ ବିଶ୍ୱ ର ନେତୃବୃନ୍ଦ ନିଜେ ଜାତିସଂଘ ନ ଯାଇ, ବରଂ ସେମାନଙ୍କ ଭାଷଣର ଭିଡିଓ ପଠାଇବେ ।
ମିଳିତ ଜାତିସଂଘ ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି । କୁହାଯାଇଛି ଯେ, କରୋନା ସଙ୍କଟ କାରଣରୁ ଅନେକ ନେତା ଜାତିସଂଘକୁ ଆସିବାକୁ ଅନିଚ୍ଛୁକ , ଯେଉଁଥି ପାଇଁ ବର୍ତ୍ତମାନ ଏହି ବିକଳ୍ପ ବ୍ୟବସ୍ଥା କୁ ଆପଣାଇଛନ୍ତି ।
ସୂଚନାନୁଯାୟୀ , ଏହି ବର୍ଷ ଜାତିସଂଘ ନିଜର ୭୫ ବର୍ଷ ପୂରଣ ଉତ୍ସବ ପାଳନ କରୁଛି । କିନ୍ତୁ ଅନେକ ଦେଶରେ ଯାତ୍ରା ନିଷେଧାଦେଶ ରହିଛି, ଏଥିପାଇଁ ଏତେ ସଂଖ୍ୟକ ଅଧିକାରୀ ମହଜୂତ ରହିବ ସମ୍ଭବ ନୁହେଁ ।

ଜାତିସଂଘ ଅନୁଯାୟୀ କୌଣସି ଦେଶର ପ୍ରତିନିଧୀ, ନେତା କିମ୍ବା ମୁଖ୍ୟ ବ୍ୟକ୍ତି ତାଙ୍କ ବିବୃତ୍ତି ଆଗରୁ ପଠାଇ ପାରିବେ । ଯାହା ପରେ ଏହା କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ । ତେବେ ଏହି ସମୟ ମଧ୍ୟରେ ଜାତିସଂଘରେ ସେହି ଦେଶର ସ୍ଥାୟୀ ପ୍ରତିନିଧୀମାନେ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ ଯେ, ବିଶ୍ୱର ବୃହତ୍ତମ ଅନୁଷ୍ଠାନର ସାଧାରଣ ସଭା ଏହାକୁ ପ୍ରତିବର୍ଷ ତଦାରଖ କରିଥାଏ, ଯେଉଁଠାରେ ୧୯୩ ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରନ୍ତି । ଯାହାହେଉ, ଏଥର କରୋନା ସଙ୍କଟ ଯୋଗୁଁ ସମସ୍ତଙ୍କ ନଜର ଏହାରି ଉପରେ ଥିଲା, କାରଣ ମହାମାରୀ ପରେ ବିଶ୍ୱ ବ୍ୟବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଛି । ନିକଟରେ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ଭାବରେ ଭାରତ ନିର୍ବାଚିତ ହୋଇଛି ଏକ ସ୍ୱତନ୍ତ୍ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରି ଜାତିସଂଘରେ ପ୍ରମୁଖ ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି ।
