କାର୍ଗିଲ ବିଜୟ ଦିବସ: ସଶସ୍ତ୍ର ବାହିନୀର ବୀରତ୍ୱ ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣା ଯୋଗାଉଛି-ପ୍ରଧାନମନ୍ତ୍ରୀ …

ବାସ୍ତବ ବ୍ୟୁରୋ- ୧୯୯୯ ରେ ପାକିସ୍ତାନ ସହ କାର୍ଗିଲ ବିବାଦରେ ପ୍ରାଣ ହରାଇଥିବା ଭାରତୀୟ ସେନା କର୍ମଚାରୀଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

“କାର୍ଗିଲ ବିଜୟ ଦିବସ ଉପଲକ୍ଷେ,ଆମେ ଆମର ସଶସ୍ତ୍ର ବାହିନୀର ସାହସ ଏବଂ ନିଷ୍ଠା କୁ ମନେ ପକାଇବା ।ଯେଉଁମାନେ ୧୯୯୯ ରେ ଆମ ଦେଶକୁ ନିରନ୍ତର ଭାବରେ ସୁରକ୍ଷା ଦେଇଥିଲେ,ସେମାନଙ୍କର ବୀରତ୍ୱ ସେମାନଙ୍କର ବୀରତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଉଛି,ଭାରତ ନିଜର ସୈନିକମାନଙ୍କ ସାହସିକତା ପାଇଁ ଚିର ଋଣୀ,”ବୋଲି ମୋଦୀ ନିଜ ଟୁଇଟର ପୋଷ୍ଟରେ କହିଛନ୍ତି ।

ଆଜି କାର୍ଗିଲ ବିଜୟଙ୍କ ୨୧ ତମ ବାର୍ଷିକୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ କାର୍ଗିଲର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ଜାତୀୟ ଗ୍ରୀଷ୍ମ ସ୍ମାରକୀ ପରିଦର୍ଶନ କରିବା ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି "ବନ୍ଦେ ଭାରତ ମିଶନ"ର ପଞ୍ଚମ ପର୍ଯ୍ୟାୟ ..

Sun Jul 26 , 2020
ବାସ୍ତବ ବ୍ୟୁରୋ-କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ରବିବାର ଦିନ କହିଛନ୍ତି ଯେ ଏପର୍ଯ୍ୟନ୍ତ ବିଦେଶରୁ ୮୨୪୦୦୦ ଭାରତୀୟଙ୍କୁ ବିଭିନ୍ନ ଉପାୟରେ ଭାରତ ଫେରାଇ ଅଣା ଯାଇସାରିଛି । ମେ ୬ ରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନର ଚାରୋଟି ପର୍ଯ୍ୟାୟ ସମାପ୍ତ ହୋଇଥିବାବେଳେ ଏହାର ପଞ୍ଚମ ପର୍ଯ୍ୟାୟ ଅଗଷ୍ଟ ୧ ରୁ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଟ୍ୱିଟରେ […]

You May Like

Pin It on Pinterest