ଆତଙ୍କିତ ଅବସ୍ଥାରେ ପାକିସ୍ତାନ…

ବାସ୍ତବ ବ୍ୟୁରୋ-ଅତ୍ୟାଧୁନିକ ରାଫେଲ ବିମାନ ଭାରତରେ ଆସି ପହଞ୍ଚିବା ଦିନକ ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି ପାକିସ୍ତାନ । ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନରେ ଯୋଗ ଦେଇଥିବାରୁ ପାକିସ୍ତାନ ଭୟଭୀତ ହୋଇପଡିଛି ।

ଗୁରୁବାର ଦିନ ଅର୍ଥାତ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଭାରତ ଏହାର ପ୍ରକୃତ ପ୍ରତିରକ୍ଷା ଆବଶ୍ୟକତା ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି । ଭାରତକୁ ଏଥିରୁ ନିବୃତ୍ତ ରଖିବାକୁ ପାକିସ୍ତାନର ବିଶ୍ୱ ସମୁଦାୟକୁ ନିବେଦନ କରିଛି । ପାକିସ୍ତାନ କହିଛି ଯେ, ଏହା ଦକ୍ଷିଣ ଏସିଆରେ ଏକ ଅସ୍ତ୍ର ପ୍ରତିଯୋଗିତା ସୃଷ୍ଟି କରିପାରେ । ଭାରତ ଆଣବିକ ଅସ୍ତ୍ରର ସଂଖ୍ୟା ତଥା ଗୁଣବତ୍ତା ବୃଦ୍ଧି କରୁଛି । ଭାରତ କ୍ରମାଗତ ଭାବରେ ଆବଶ୍ୟକତା ଠାରୁ ଅଧିକ ସାମରିକ କ୍ଷମତା ସଂଗ୍ରହ କରୁଥିବା ରୁ ବର୍ତ୍ତମାନ ଭାରତ ଦ୍ୱିତୀୟ ବୃହତ୍ତମ ଅସ୍ତ୍ର ଆମଦାନୀକାରୀ ଦେଶ ହୋଇଛି । ଏହା ଦକ୍ଷିଣ ଏସିଆର ରଣନୀତିକ ସ୍ଥିରତା ଉପରେ ଖରାପ ପ୍ରଭାବ ପକାଉଛି

ଅନ୍ୟପକ୍ଷରେ ପାକିସ୍ତାନୀ ଖବରକାଗଜ ଡନ କହିଛି ଯେ, ରାଫେଲ ମାଧ୍ୟମରେ ଭାରତ ଚୀନକୁ ଚେତାବନୀ ଜଣାଇଛି । ଭାରତ ଓ ଚୀନର ସୈନ୍ୟମାନେ ଗତ କିଛି ମାସ ଧରି ଲଦାଖରେ ମୁହାଁମୁହିଁ ଥିବାବେଳେ ଭାରତ ରାଫେଲ ବିମାନ ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛି ।

ରାଫେଲ ବିଶ୍ୱବ୍ୟାପୀ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଫାଲ ବିମାନକୁ ସ୍ୱାଗତ କରି କହିଛନ୍ତି ଯେ,ରାଫାଲ ବିମାନ ସବୁ ପ୍ରକାରରେ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ।

ବାସ୍ତବରେ, ପାକିସ୍ତାନରେ ଏହି ଅସନ୍ତୋଷ ମଧ୍ୟ ଯୁକ୍ତିଯୁକ୍ତ ରାଫେଲର ଆଗମନ ସହିତ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିବା ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଇରାକ ଏବଂ ଲିବିଆରେ ନିଜର ଯୁଦ୍ଧ ଦକ୍ଷତା ପ୍ରଦର୍ଶନ କରିଥିବା ରାଫେଲ ଯୁଦ୍ଧ ବିମାନ, ଏକ ‘ଗେମଚେଞ୍ଜର’ ଭାବେ ପ୍ରମାଣ ହେବ ଏବଂ ପାକିସ୍ତାନୀ ବାୟୁସେନା ଉପରେ ଚାପ ଯଥେଷ୍ଟ ବୃଦ୍ଧି ପାଇବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jul 31 , 2020
୧-ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ୨-ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ । ୩-ଆଜି ଖୋଲିବ ଭୁବନେଶ୍ୱର ର ୟୁନିଟ-୪ ମାର୍କେଟ । ୪-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ବଢିଲା । ୫-ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ୬-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି […]

You May Like

Pin It on Pinterest