ବାସ୍ତବ ବ୍ୟୁରୋ-ରାଜ୍ୟସଭା ସାଂସଦ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ଆଉ ନାହାଁନ୍ତି । ଅମର ସିଂ, ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ଧରି ସିଙ୍ଗାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ଏକ ରିପୋର୍ଟରେ ମୁତାବକ,ସେ ଆଇସିୟୁରେ ଥିଲେ । ଏହା ପୂର୍ବରୁ ତାଙ୍କର ୨୦୧୩ ରେ କିଡନୀ ଫେଲ ହୋଇଥିଲେ ।
ଆଜି ସିଂ ନିଜେ ଟ୍ୱିଟ କରି, ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ବାଲ ଗଙ୍ଗାଧର ତିଲକଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ ଇଦ୍ ଅଲ ଅଦା ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଅସୁସ୍ଥତା ସତ୍ୱେ, ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ।
ଅମର ସିଂ ସମାଜବାଦୀ ଦଳର ଜଣେ ପ୍ରମୁଖ ନେତା ଥିଲେ । ଅମର ସିଂ ପ୍ରଥମେ ୧୯୯୬ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୦ ରେ ସମାଜବାଦୀ ଦଳ ତାଙ୍କୁ ବହିଷ୍କାର କରିବା ପରେ ସେ ପୁନର୍ବାର୨୦୧୬ରେ ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।



