
ବାସ୍ତବ ବ୍ୟୁରୋ-ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ବୋଲି ଜଣାପଡିଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ସେ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।
ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ନିକଟ ଅତୀତରେ ତାଙ୍କ ସମ୍ପର୍କରେ ଆସିଛନ୍ତି ଦୟାକରି ନିଜର ସେମାନେ ନିଜର କରୋନା ପରୀକ୍ଷା କରନ୍ତୁ ।

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା କରି, ସେ ଲେଖିଛନ୍ତି, ଅମିତ ଶାହା, ତୁମେ ଶୀଘ୍ର ସୁସ୍ଥ ହେବା ଉଚିତ୍ ଏବଂ ସମାନ ଶକ୍ତି ସହିତ ଦେଶ ସେବା କରିବା ଆରମ୍ଭ କର । ଏହା ହି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କର ।
