ନୂତନ ଶିକ୍ଷା ନୀତି, “କେବଳ ସର୍କୁଲାର ନୁହେଁ, ଏକ ନୂତନ ଭାରତ ସୃଷ୍ଟି କରିବାର ମୂଳଦୁଆ”-ପ୍ରଧାନମନ୍ତ୍ରୀ ମୋଦୀ

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ବକ୍ତବ୍ୟ ଦେଇଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେଇଛନ୍ତି କହିଛନ୍ତି ଯେ, ତିନିରୁ ଚାରି ବର୍ଷ ଅନେକ ଆଲୋଚନା ଏବଂ ବିଚାର ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି । ଆଜି ପ୍ରତ୍ୟେକ ବିଚାରଧାରା  ଲୋକମାନେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି । ଆଜି ଏହି ନୀତିକୁ କେହି ବିରୋଧ କରୁନାହାଁନ୍ତି, କାରଣ ଏଥିରେ ଏକପାଖିଆ କିଛି ନାହିଁ । ଏବେ ଏତେ ବଡ ପଦକ୍ଷପକୁ କାର୍ଯ୍ୟକାରୀ କିପରି କରାଯିବ ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସର୍କୁଲାର ନୁହେଁ ବରଂ ଏକ ମହାଯଜ୍ଞ, ଯାହା ଏକ ଶତାବ୍ଦୀ ରେ ଏକ ନୂତନ ଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଯେତେବେଳେ ନର୍ସରୀ ପିଲା ମଧ୍ୟ ନୂତନ ଟେକ୍ନୋଲୋଜି ବିଷୟରେ ପଢିପାରିବେ, ଏହା ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ପାଇଁ ସହଯୋଗ ହେବ । ଆଗରୁ ପିଲାମାନେ ଡାକ୍ତର-ଇଞ୍ଜିନିୟର-ଓକିଲ ହେବା ପାଇଁ ଏକ ପ୍ରତିଯୋଗିତା କରୁଥିଲେ କିନ୍ତୁ ବର୍ତ୍ତମାନ ଯୁବକମାନେ ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ, ବର୍ତ୍ତମାନ କେବଳ ଅଧ୍ୟୟନ କ୍ଷେତ୍ର ରେ ନୁହେଁ ବରଂ କାର୍ଯ୍ୟ ସଂସ୍କୃତି ରେ ବିକାଶ ଆଣିବ । ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ମନେ ରଖିବା ଜରୁରୀ ଅଟେ, ଯାହା ଦ୍ବାରା ଆଗାମୀ ପିଢ଼ିକୁ ପ୍ରସ୍ତୁତ କରାଯାଇପାରିବ। ଭାରତକୁ ଶକ୍ତିଶାଳୀ କରିବା ପାଇଁ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ତମ ଶିକ୍ଷା ଆବଶ୍ୟକ। 

ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରୁଥିବାବେଳେ,”ଆମ ଶିକ୍ଷା ନୀତି ଯୁବକମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ଦେଉଛି କି? ଆମର ଶିକ୍ଷା ବ୍ୟବସ୍ଥା ଯୁବକମାନଙ୍କୁ ସକ୍ଷମ କରୁଛି କି?”,ଏହି ସବୁ ପ୍ରଶ୍ନ ଉପରେ ଆମେ ବିଚାର କରି ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିଛୁ ବିଶ୍ବର ଶିକ୍ଷା ନୀତି ସହ ତାଳ ଦେଇ ଚାଲିବା ପାଇଁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ।

ପିଲାମାନେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃ ଭାଷା ଏବଂ ବିଦ୍ୟାଳୟରେ ଶିକ୍ଷାର ଭାଷା ସମାନ ହେବା ଉଚିତ, ଯାହା ଦ୍ବାରା ପିଲାମାନେ ସହଜରେ ଶିଖିବେ। ବର୍ତ୍ତମାନ ପିଲାମାନେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ଆଗରୁ ଶିକ୍ଷା ନୀତି କ’ଣ ଚିନ୍ତା କରିବା? ସହିତ ଆଗକୁ ବଢ଼ୁଥିଲା, କିନ୍ତୁ ବର୍ତ୍ତମାନ ଆମେ କିପରି ଚିନ୍ତା କରିବା? ଉପରେ ଗୁରୁତ୍ୱ ଦେବୁବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି କୌଣସି ବ୍ୟକ୍ତି ତାଙ୍କ ସାରା ଜୀବନରେ ସମାନ ବୃତ୍ତିରେ ବାସ କରନ୍ତି ନାହିଁ, ଏପରି ପରିସ୍ଥିତିରେ ତାଙ୍କୁ ନିରନ୍ତର କିଛି ଶିଖିବାର ସ୍ୱାଧୀନତା ରହିବା ଉଚିତ୍ । ଆଜି ପିଲାମାନଙ୍କୁ ପଢିବା ସହିତ ଦେଶର ବାସ୍ତବତା ଜାଣିବା ଜରୁରୀ ଅଟେ । ଭାରତ ଆଜି ସମଗ୍ର ବିଶ୍ୱକୁ ପ୍ରତିଭା-ଟେକ୍ନୋଲୋଜିର ସମାଧାନ ଦେଇପାରିବ, ଟେକ୍ନୋଲୋଜି ଯୋଗୁଁ ଗରିବ ଲୋକ ଅଧ୍ୟୟନ କରିବାର ସୁଯୋଗ ପାଇପାରିବେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ୍‌ ସମେତ ୧୪ ମୃତ....

Fri Aug 7 , 2020
ବାସ୍ତବ ବ୍ୟୁରୋ-ଦୁବାଇରୁ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୧୭୦ ଯାତ୍ରୀଙ୍କ ସହ ଶୁକ୍ରବାର ଦିନ କେରଳର କୋଝିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା । ପାଇଲଟ ଏବଂ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଡିଜିସିଏ ଅନୁଯାୟୀ ବିମାନଟି ରନୱେରୁ ଖସି ଏକ କାନ୍ଥରେ ଖସିପଡିଲା ଏବଂ ପରେ ଏକ ଉପତ୍ୟକାକୁ ଖସିଗଲା ଏବଂ […]

You May Like

Pin It on Pinterest