ସୁଶାନ୍ତ ସିଂ ମୃତ୍ୟୁ ମାମଲା ତଦନ୍ତ କରିବ ସିବିଆଇ…

ବାସ୍ତବ ବ୍ୟୁରୋ-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯାଏଁ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଆଇନଗତ ଅଟେ । ମହାରାଷ୍ଟ୍ର ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଜଣାପଡିଛି ।

ସୁପ୍ରିମକୋର୍ଟର ଏହା ନିଷ୍ପତ୍ତି ପରେ ମହାରାଷ୍ଟ୍ର ସରକାରଙ୍କ ପରାମର୍ଶଦାତା କହିଛନ୍ତି ଯେ, “ଆମେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବୁ । “ଏହା ଉପରେ ସୁପ୍ରିମକୋର୍ଟ ବିଚାରପତି ହୃଷିକେଶ ରାୟ କହିଛନ୍ତି ଯେ, “ଆପଣ ପ୍ରଥମେ ଏହି ଜଜମେଣ୍ଟ କୁ ପଢନ୍ତୁ , ତା’ପରେ ସମୀକ୍ଷା ଆବେଦନ ଦାଖଲ କରିବାକୁ ଚିନ୍ତା କରିବେ । ପ୍ରତ୍ୟେକ ଦିଗକୁ ଅତି ନିକଟରୁ ଅଧ୍ୟୟନ କରିବା ପରେ ଆମେ ଏହି ରାୟ ଦେଇଛୁ ।”

ଏଥି ସହ ସୁଶାନ୍ତ ସିଂଙ୍କ ପିତାଙ୍କ ଓକିଲ କେ.କେ ବିକାଶ ସିଂ କହିଛନ୍ତି ଯେ, “ସୁଶାନ୍ତଙ୍କ ପରିବାର ପାଇଁ ଏହା ଏକ ବଡ଼ ବିଜୟ । ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ମୁମ୍ବାଇ ପୋଲିସ ଏ ସମ୍ପର୍କରେ ସଠିକ୍ ତଦନ୍ତ କରିନାହିଁ । ଏହା ଏକ ଐତିହାସିକ ନିଷ୍ପତ୍ତି ନ୍ୟାୟ ଦିଗରେ ଏହା ହେଉଛି ପ୍ରଥମ ଏବଂ ବଡ ପଦକ୍ଷେପ ଏବେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିବ ।”

ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ସିବିଆଇ ତଦନ୍ତ ଦାବି କରି ଆସୁଥିଲେ । ED ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତକୁ ନେଇ ମୁମ୍ବାଇରେ ସର୍ଚ୍ଚ ଅପରେସନ କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏବେ ଚାକିରୀ ପାଇଁ ଗୋଟିଏ ପରୀକ୍ଷା N R A -ପ୍ରଧାନମନ୍ତ୍ରୀ....

Wed Aug 19 , 2020
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରିବାକୁ ଅନୁମୋଦନ କରିଛନ୍ତି ଯାହା ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ କମନ୍ ଯୋଗ୍ୟତା ପରୀକ୍ଷା (CET) ପରିଚାଳନା କରିବାର ଅଧିକାର ଉପରେ ନ୍ୟସ୍ତ ହେବ । ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା ଦେବାକୁ ପଡିଥାଏ। ଦେଶରେ ପ୍ରାୟ ୨୦ ରିକ୍ର୍ୟୁମେଣ୍ଟ ଏଜେନ୍ସି […]

You May Like

Pin It on Pinterest