ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ….

ବାସ୍ତବ ବ୍ୟୁରୋଆଜି ସନ୍ଧ୍ୟାରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତୀୟ ରାଜନୀତିର ଅଗ୍ରଣୀ ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ସୂଚନାମୁତାବକ,ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା ଯାହାକୁ ହଟାଇବା ପାଇଁ ଅପରେସନ୍ କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା ।

୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିବା ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ କେନ୍ଦ୍ରରେ କଂଗ୍ରେସ ସରକାରରେ ସେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରିଥିଲେ ।

ପ୍ରଣବଙ୍କ ରାଜନୈତିକ କ୍ୟାରିୟର ୧୯୬୯ ମସିହାରେ ଆରମ୍ଭ ହୋଇଥିଲା। ସେ ମିଡନାପୁର ଉପ-ନିର୍ବାଚନରେ ​​ଭି.କେ କୃଷ୍ଣ ମେନନଙ୍କ ଅଭିଯାନକୁ ସଫଳତାର ସହ ପରିଚାଳନା କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀ ତାଙ୍କ ପ୍ରତିଭା ଦେଖି ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲେ । ପ୍ରଣବ କେବଳ ୧୯୬୯ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ୧୯୭୫,୧୯୮୧,୧୯୯୩ ଏବଂ ୧୯୯୯ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ପ୍ରଣବ ମୁଖାର୍ଜୀଙ୍କ ନିଧନରେ ପୂରା ଦେଶ ଦୁଃଖି। ସେ ଜଣେ ଷ୍ଟେଟ୍ସମ୍ୟାନ ଥିଲେ। ସେ ରାଜନୈତିକ କ୍ଷେତ୍ର ଓ ସାମାଜିକ କ୍ଷେତ୍ରର ସବୁ ବର୍ଗର ସେବା କରିଛନ୍ତି । ସେ ଜଣେ ଭଲ ସାଂସଦ ଥିଲେ, ଯିଏ ପୂରା ପ୍ରସ୍ତୁତି ସହ ଉତ୍ତର ରଖୁଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Sep 1 , 2020
ଆଜି ୩୦ଟି ଜିଲ୍ଲାରୁ ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୯୧ ରହିଛି । ରାଜ୍ୟରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି, […]

You May Like

Pin It on Pinterest