ଜାତିସଂଘ ନିରାପତ୍ତା ପରିଷଦର ମିଳିଲାନି ସମର୍ଥନ ପାକିସ୍ତାନ ନିରାଶ|

ଧାରା ୩୭୦ ହଟାଯିବା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କିନ୍ତୁ ପାକିସ୍ତାନ ଏହାକୁ ସ୍ୱୀକାର କରିବାକୁ ନାରାଜ | ଭାରତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନର ଇମ୍ରାନ ସରକାର ଚୀନର ସାହାଯ୍ୟ ନେଇ ଜାତିସଂଘର ଦ୍ୱାରସ୍ଥ ହୋଇଛି| ଜାତିସଂଘ ନିରାପତ୍ତା ପରିଷଦ ସଦସ୍ୟଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି କିନ୍ତୁ ଏଥିରେ ପାକିସ୍ତାନକୁ ନିରାଶ ହେବାକୁ ପଡିଛି |ଭାରତ କୂଟନୈତିକ ସ୍ତରରେ ଏହାକୁ ବିଫଳ କରିଦେଇଛି | ଜାତିସଂଘରେ ଆନୁଷ୍ଠାନିକ ଆଲୋଚନା ପାଇଁ ସର୍ବନିମ୍ନ ୯ ରାଷ୍ଟ୍ରଙ୍କ ସମର୍ଥନ ଦରକାର ଥିଲା କିନ୍ତୁ ଚୀନକୁ ଛାଡ଼ିଦେଇ ଆଉ କୌଣସି ରାଷ୍ଟ୍ର ପାକିସ୍ତାନର ସପକ୍ଷରେ ନଥିଲେ | ଜାତିସଂଘ ନିରାପତ୍ତା ପରିଷଦର ଏହି ବୈଠକରେ ପାକିସ୍ତାନ ପ୍ରତିନିଧିଙ୍କୁ ମଧ୍ୟ ସାମିଲ ହେବାକୁ ଦିଆଯାଇନାହିଁ କିନ୍ତୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ | ସୂଚନାଯୋଗ୍ୟ ଯେ କାଶ୍ମୀର ପ୍ରସଙ୍ଗ ସମ୍ପୂର୍ଣ ଦ୍ୱିପାକ୍ଷିକ ମାମଲା ଭାବେ ଜାତିସଂଘ ଗ୍ରହଣ କରିଛି ଏଥିରେ ଅନ୍ୟ ରାଷ୍ଟ୍ରର ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ |ଏହି ବୈଠକ ପୂର୍ବରୁ ଇମ୍ରାନ ଖାଁ ଫୋନ ଯୋଗେ ଆମେରିକା ରାଷ୍ଟ୍ରପତି ଏବଂ ଅନ୍ୟ ସ୍ଥାୟୀ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଏହା ଫଳପ୍ରଦ ହୋଇପାରି ନାହିଁ ବୋଲି ଭାରତୀୟ ପ୍ରତିନିଧି ଅକବରୁଦ୍ଦିନ ସୂଚନା ଦେଇଛନ୍ତି | ପାକିସ୍ତାନ କିପରି କାଶ୍ମୀର ପ୍ରସଂଘରେ ଭାରତରେ ଅସ୍ଥିରତା ସୃଷ୍ଟି କରୁଛି ତାହା ବିଶ୍ୱ ସମୁଦାୟକୁ ବୁଝାଇବାରେ ଭାରତ ସକ୍ଷମ ହୋଇପାରିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେଉଁ ବ୍ୟକ୍ତିଙ୍କ ପାଇଁ ଅଦା ହୁଏ ଜହର ?

Sun Aug 18 , 2019
ଅଦା କୁ ଯଦି ଚା ରେ ପକେଇ ଦିଆଯାଏ ତେବେ ଚା ର ସ୍ୱାଦ ଦ୍ୱି ଗୁଣ ହୋଇଯାଏ,ଏବଂ ତରକାରୀ ରେ କିମ୍ବା ଯେ କୌଣସି ପାକପଦ୍ଧତି ରେ ଅଦା ପକାଇଲେ ସେହି ପାକ ର ବାସ୍ନା ସହ ସ୍ୱାଦ ବଢିଯାଏ | ବଦଳୁଥିବା ଋତୁରେ ହେଉଥିବା ଦେହ ଖରାପ ରୁ ରକ୍ଷା ପାଇବା ପାଇଁ ଆମେମାନେ ପ୍ରାୟତଃ ଚା ରେ ଅଦା ପକାଇ ପିଇବା ପାଇଁ ପସନ୍ଦ କରୁ […]

You May Like

Pin It on Pinterest