ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ,ଜୋ ବିଡେନ
ବିଶ୍ୱର ଅନ୍ୟତମ ବୃହତ୍ତମ ଶକ୍ତି ମଧ୍ୟରୁ ଆମେରିକା ବୁଧବାର ଦିନ ରିପବ୍ଲିକାନ୍ସ ହାତରୁ କ୍ଷମତା ଡେମୋକ୍ରାଟ୍ସ ନିକଟକୁ ଆସିବ । ମନୋନୀତ ରାଷ୍ଟ୍ରପତି ଜୋ ବିଡେନ ବୁଧବାର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ।
ଏ ଥିପାଇଁ ଦୃଢ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଏତେ ସତର୍କତା ବ୍ୟବସ୍ଥା କରାଯାଇଛି । ବାସ୍ତବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ଆମେରିକା ସଂସଦ କ୍ୟାପିଟାଲ ହିଲରେ ପ୍ରଦର୍ଶନ ପରେ ପରିସ୍ଥିତିକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦିଆଯାଉଛି।