ଆର ପାରିରେ ଅରୁଣ…

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅରୁଣ ଜେଟଲୀଙ୍କର ଆଜି ଚିକିସ୍ଥାଧିନ ଅବସ୍ତାରେ ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା | ଗତ କିଛି ଦିନରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ | ଚିକିତ୍ସିତ ହେଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ସାହା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଏମ୍ସ ପହଞ୍ଚିଥିଲେ | ଏମ୍ସରେ କାର୍ଡିଓଲୋଜି ବିଭାଗରେ ଜେଟଲୀଙ୍କର ଚିକିତ୍ସା ଚାଲିଥିଲା | ବହୁଦିନରୁ ସେ କିଡ୍ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ହୃଦରୋଗର ଅପରେସନ୍ ମଧ୍ୟ ହୋଇଥିଲା |


୧୯୯୦ରେ ଅରୁଣ ଜେଟଲୀ ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ ଭାବରେ ଚାକିରି ଆରମ୍ଭ କରିଥିଲେ | ଭି.ପି.ସିଂହ ସରକାରରେ ତାଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା | ସେ ବୋଫର୍ସ ଘୋଟଲା ମାମଲା ସମ୍ବନ୍ଧରେ ଯାଞ୍ଚ କରିଥିଲେ |ଦେଶର ଟପ୍ ଟେନ୍ ଓକିଲମାନଙ୍କ ମଧ୍ୟରେ ସେ ଜଣେ ହୋଇପାରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସେ ଡାହାଣ ହାତ ଥିଲେ |


୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ପ୍ରଚାର ଅଭିଯାନ ସମିତିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ସେତେବେଳେ ଦିଲ୍ଲୀରେ ମୋଦି ଜେଟଲୀଙ୍କ ଉପରେ ବହୁତ ଭରସା କରିଥିଲେ |
ତାଙ୍କ ବିୟୋଗରେ ବିଜେପି ତଥା ଅନ୍ୟ ଦଳର ବହୁ ବରିଷ୍ଠ ନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି | ଜେଟଲୀଙ୍କ ଦେହାନ୍ତକୁ ନିଜର ବ୍ୟକ୍ତିଗତ କ୍ଷତି ବୋଲି ଗୃହମନ୍ତ୍ରୀ ଅମିତ ସାହା କହିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Sun Aug 25 , 2019
୧-ଗଣପର୍ବ ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ, ସେପ୍ଟେମ୍ବର ୩ ସକାଳ ୧୦ଟା ୫ରେ ଲାଗିହେବ ନବାନ୍ନ। ୨-ପୁରୀ: ଶ୍ରୀ ମନ୍ଦିର ପରେ ସମୁଦ୍ର କୂଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ। ୩-ଶ୍ରୀ ମନ୍ଦିରର ଶ୍ରୀବୃଦ୍ଧି ଯୋଜନା: ଶ୍ରୀକ୍ଷେତ୍ରର ଧାର୍ମିକ, ସାଂସ୍କୃତିକ ଐତିହ୍ୟ ଓ ପରାମ୍ପରାକୁ ଦୃଷ୍ଟିରେ ରଖାଯାଉ : ଗଜପତି ମହାରାଜ। ୪-ଜଳ ପରିଚାଳନା କ୍ଷେତ୍ରରେ ନିତି ଆୟୋଗ ରିପୋର୍ଟ, ଚତୁର୍ଦ୍ଧଶ ସ୍ଥାନରେ ଓଡ଼ିଶା। ୫-୨୮ରେ ଆଉ ଏକ […]

You May Like

Pin It on Pinterest