ମୋଦିଜୀଙ୍କ ଦଶହରା ଭେଟି…

ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ସପ୍ତମ ବେତନ କମିଶନ :
କେନ୍ଦ୍ରରେ ମୋଦି ସରକାର ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ ଭେଟି ଦେବାକୁ ଚିନ୍ତା କରିଛନ୍ତି | କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ଏବଂ ମହଙ୍ଗା ଭତ୍ତା ବିଷୟରେ ବନ୍ଦ କୋଠରୀରେ ଅଧିକାରୀମାନଙ୍କ ସହ ବହୁଥର ଆଲୋଚନା କରାଯାଇଛି | ଅକ୍ଟୋବର ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ାଇ ଦିଆଯାଇପାରେ |ଏହାଛଡା ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ବଢାଇପାରନ୍ତି କିନ୍ତୁ ଏହି ବେତନ ବଢାଇବା ବିଷୟରେ କୌଣସି ଘୋଷଣା ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇ ନାହିଁ |

ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ଏବଂ ମହଙ୍ଗା ଭତ୍ତା ଉପରେ ବିଚାର କରୁଛନ୍ତି | ସପ୍ତମ ବେତନ କମିଶନ ଲାଗୁ ହୋଇଥିଲେ ମଧ୍ୟ କର୍ମଚାରୀମାନଙ୍କୁ ଏହାର ଫାଇଦା ମିଳିପାରିନାହିଁ ଯେଉଁଥିପାଇଁ କି ବହୁ ସଂଗଠନ ନିଜର ଦାବି କୁ ନେଇ ଧାରଣା ପ୍ରଦର୍ଶନ କରିସାରିଛନ୍ତି | ଆପଣଙ୍କୁ ଜଣାଇଦେଉଛୁ କି କେନ୍ଦ୍ର ସରକାର ୨୦୦୬ ପୂର୍ବରୁ ଅବସର ପ୍ରାପ୍ତ ସୈନିକମାନଙ୍କର ପେନସନ୍ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ୨୦୦୬ ପୂର୍ବରୁ ଅବସର ପ୍ରାପ୍ତ ସୈନିକମାନଙ୍କର ପଞ୍ଚମ ବେତନ ଆୟୋଗ ଅନୁସାରେ ପେନସନ୍ ମିଳୁଥିଲା କିନ୍ତୁ ଏବେ ନୂଆ ନିୟମ ଅନୁସାରେ ସେହି ପୂର୍ବ ସୈନିକମାନଙ୍କର ପେନସନ୍ ୪୬୦୦ ଟଙ୍କା ବଢ଼ାଇ ଦିଆଯାଇଛି | ବଢିଥିବା ପେନସନ୍ ସେହି ସୈନିକମାନଙ୍କୁ ୧ ଜାନୁଆରୀ ୨୦୧୬ ରୁ ଦିଆଯିବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon Aug 26 , 2019
୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ। ୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ। […]

You May Like

Pin It on Pinterest