
ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି | ଏଥିପାଇଁ ଗତ କାଲି ସେ ଫ୍ରାନ୍ସରେ ପହଁଞ୍ଚିଛନ୍ତି,ସେଠାରେ ବିଶ୍ୱର ଅନ୍ୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ସାକ୍ଷାତ ହେବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମଧ୍ୟ ସାକ୍ଷାତ ହୋଇଛି | ଏଥିରେ ଦୁଇ ଦେଶର ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ,ସଂଯୁକ୍ତ ଆରବ ଏମିରଟସ(ୟୁଏଇ) ଏବଂ ବହାରିନ୍ ଯାତ୍ରା ସମାପ୍ତ କରି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି |
ଏଠାରେ ଏହା ଜାଣିବା ଜରୁରୀ କି ଭାରତ ଜି-୭ ଦେଶ ସମୂହର ଅଂଶ ନୁହେଁ ଏଣୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଯଦି ଭାରତ ଜି-୭ ସମୂହର ଅଂଶ ନୁହେଁ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ବୈଠକରେ ଯୋଗ ଦେବାକୁ କାହିଁକି ଆମନ୍ତ୍ରିତ କରାଯାଇଛି | ଆସନ୍ତୁ ଜାଣିବା ଏହାର କାରଣ |

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମିଳନୀରେ ଭାଗ ନେବାକୁ ସ୍ଵଂତନ୍ତ୍ର ଆମନ୍ତ୍ରଣ କରାଯାଇଛି | ପ୍ରକୃତରେ ଏହି ବୈଠକରେ ଜି-୭ରେ ସଦସ୍ୟ ଥିବା ଦେଶ ଗୁଡିକୁ ଛାଡିଦେଲେ ଅନ୍ୟ କେତେକ ଦେଶକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି ଯେଉଁମାନଙ୍କର ରାଜନୀତିରେ ମଜବୁତ୍ ସ୍ଥାନ ରହିଛି | ଭାରତକୁ ଛାଡି ଦେଲେ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ,ଦକ୍ଷିଣ ଆଫ୍ରିକା ଏବଂ ସ୍ପେନକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି |
ଜି-୭ ବୈଠକରେ ଭାରତକୁ ଆମନ୍ତ୍ରଣ ବିଷୟରେ ବିଦେଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି ଜି-୭ ବୈଠକରେ ଭାରତକୁ ଆମନ୍ତ୍ରଣ ବଡ ଆର୍ଥିକ ଶକ୍ତି ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ନିଜର ସମ୍ପର୍କର ପ୍ରମାଣ ଅଟେ | ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ବାତାବରଣ, ସମୁଦ୍ର ସୁରକ୍ଷା ଏବଂ ଡିଜିଟାଲ ଟ୍ରାନ୍ସଫରମେସନ ଉପରେ ସମ୍ଭୋଧନ କରିଛନ୍ତି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମଧ୍ୟ କାଶ୍ମୀର ସ୍ଥିତି,ବ୍ୟବସାୟ ସମ୍ବନ୍ଧୀୟ ମୁଦ୍ଦା ଚର୍ଚ୍ଚା ହେବାର ସମ୍ଭାବନା ରହିଛି |