ଆଜି ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

ଆଜି ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଫେବୃଆରୀ ୧୯ରେ) ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମରେ ଯୋଗଦେବେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁରୁବାର ଏହି ସୂଚନା ଦେଇଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଧାନମନ୍ତ୍ରୀ।

ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଯୋଗଦେବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟପାଳ ମଧ୍ୟ ବିଶ୍ୱ-ଭାରତର ରେକ୍ଟର।

ଶାନ୍ତି ନିକେତନ କ୍ୟାମ୍ପସରେ ଆମ୍ର କୁଞ୍ଜରେ ଏହି ସମ୍ମିଳନୀ ସକାଳ ୯ .୩୦ ରେ ଆରମ୍ଭ ହୋଇ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ସୀମିତ ସଂଖ୍ୟକ ଛାତ୍ର ମଧ୍ୟ ଉପସ୍ଥିତ ରହିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Feb 20 , 2021
ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ଅନୁମାନ କରାଯାଉଛି । ଓଡିଶାରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି […]

You May Like

Pin It on Pinterest