ଅଶାନ୍ତ କାଶ୍ମୀର….

ଦକ୍ଷିଣ କାଶ୍ମୀରରେ ଆଜି ସ୍ଥାନୀୟ ହିଂସାକାରୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ପଥରରେ ଆକ୍ରମଣ କରିଛନ୍ତି | ଅନନ୍ତନାଗ ଜିଲ୍ଲା ଅଧୀନରେ ଥିବା ବିଜବହାର ଅଞ୍ଚଳରେ ପଥରମାଡ ଯୋଗୁଁ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି | ଜମ୍ମୁ-କାଶ୍ମୀର ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ ସୁରକ୍ଷାକର୍ମୀଙ୍କ ଗାଡି ଭାବି ସ୍ଥାନୀୟ ହିଂସା ସୃଷ୍ଠିକାରୀ ଯୁବକମାନେ ପ୍ରବଳ ମାତ୍ରାରେ ପଥର ମାଡ଼ କରିଥିଲେ|ଟ୍ରକ ଚାଳକ ନୁର ମହମ୍ମଦ ପଥର ମାଡ଼ ହୋଇଥିଲା|ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି |ପୋଲିସ୍ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଅନ୍ୟ କେତେଜଣଙ୍କୁ ଅଟକ ରଖି ଜେରା କରୁଛି |ଏହି ହିଂସା ସୃଷ୍ଠିକାରୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରୁଥିବାରୁ ଏହା ସୁରକ୍ଷାବାହିନୀକୁ ଚିନ୍ତାରେ ପକାଉଛି|ବିଛିନ୍ନତାବାଦୀମାନେ ଅର୍ଥଲୋଭ ଦେଖାଇ ସ୍ଥାନୀୟ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେନା ଉପରେ ଆକ୍ରମଣ ପାଇଁ ବିଧିବଦ୍ଧ ଭାବେ ଯୋଜନା କରୁଛନ୍ତି|ଜମ୍ମୁ-କାଶ୍ମୀର ର ପୋଲିସ୍ ଡିଜି ଦିଲବାଗ୍ ସିଂହ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Wed Aug 28 , 2019
୧- ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ,ନକ୍ସଲବାଦ ପ୍ରତି ନିବୃତ୍ତ ରହନ୍ତୁ ଯୁବକ ଯୁବତୀ:ମୁଖ୍ୟମନ୍ତ୍ରୀ । ୨-ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ : ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ୩- କଳିଙ୍ଗ ଷ୍ଟାଡ଼ିୟମରେ ୨୦୨୦ରେ ହେବ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ : ୧୭ ବର୍ଷରୁ କମ ବାଳିକା ହକି ବିଶ୍ୱ କପ । ୪-ଆସୁଛି ୨ଟି ଲଘୁଚାପ : ଆଜି ଠାରୁ ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା। ୫-ଲଗାଣ […]

You May Like

Pin It on Pinterest