ଗଡ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି।

ବାସ୍ତବବ୍ୟୁରୋ:ମାରାତ୍ମକ କରୋନା ଜୀବାଣୁ ପୁଣି ଥରେ ଦେଶରେ ନିଜର କାୟା ବିସ୍ତାର କରୁଛି। ସଂକ୍ରମଣର ନୂଆ ମାମଲା ପୁଣି ଥରେ ଭୟଭୀତ କରୁଛି ବିଶ୍ୱବାସୀଙ୍କୁ | ଏହି ସମୟରେ ଗଡ ଅଫ୍ କ୍ରିକେଟ୍ ଭାବେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସଚିନ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ସଚିନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ କରୋନା ରିପୋର୍ଟ ନକାରାତ୍ମକ ଆସିଛି।
୪୭ ବର୍ଷିୟ ସଚିନ ତେନ୍ଦୁଲକରକରୋନା ସଂକ୍ରମିତ ହେବା ପରେ କହିଛନ୍ତି, “ସାମାନ୍ୟ ଲକ୍ଷଣ ପରେ ମୋତେ କରୋନା ପଜିଟିଭ ବୋଲି ଜଣାପଡିଛି। ମୁଁ ନିଜକୁ ହୋମ କ୍ୱାରେଣ୍ଟିନରେ ରଖିଛି। ଏହା ବ୍ୟତୀତ ମୁଁ ଏହି ମହାମାରୀ ସହ ଜଡିତ ସମସ୍ତ ପ୍ରୋଟୋକଲ ଅନୁସରଣ କରୁଛି। ମୁଁ ସମସ୍ତ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ମାନଙ୍କୁ ଧନ୍ୟବାଦ ଜଣାଉଛି।



