କେନ୍ଦ୍ର ସରକାର ଆଧାର-ପ୍ୟାନକାର୍ଡ ଲିଙ୍କ୍ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି…

Photo:social media

ବାସ୍ତବବ୍ୟୁରୋ:ମାତ୍ର କେଇ ଘଣ୍ଟା ପୂର୍ବରୁ ଆଧାର-ପାନ ଲିଙ୍କ୍ ନେଇ,କେନ୍ଦ୍ର ସରକାର ଆଜି ଲୋକଙ୍କୁ ବଡ ଆଶ୍ଵସ୍ତି ପ୍ରଦାନ କରିଛନ୍ତି ।୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ୟାନକାର୍ଡ ଓ ଆଧାର କାର୍ଡକୁ ଲିଙ୍କ୍‌ କରିବା ବଢ଼ାଇଦେଇଛି। ପୂର୍ବ ନିୟମ ଅନୁଯାୟୀ, ପ୍ୟାନକାର୍ଡ ଓ ଆଧାର କାର୍ଡକୁ ଲିଙ୍କ୍‌ କରିବା ପାଇଁ ଆଜି ବୁଧବାର ୩୧ ମାର୍ଚ୍ଚ ଅନ୍ତିମ ତାରିଖ ଥିଲା। ବାରମ୍ବାର ବିବିନ୍ନ ମାଧ୍ୟମରେ ଆୟକର ବିଭାଗ ସୂଚନା ଦେଇ ଥିଲେ ମଧ୍ୟ,ପୂର୍ବରୁ ଲୋକମାନେ ପାନ ଆଧାର ସଂଯୋଗ ନକରି,ଅନ୍ତିମ ଦିନରେ ବହୁ ସଂଖ୍ୟାରେ ଲୋକେ ଆୟକର ବିଭାଗ ସାଇଟ୍‌କୁ ଆସିବା ଏବଂ ଲିଙ୍କ କରିବା କାରଣରୁ ଆୟକର ବିଭାଗର ସାଇଟ୍ ଆଜି ପ୍ରାୟ ସାଢେ ୧୨ଟାରେ କ୍ରାସ୍ ହୋଇ ଯାଇଥିଲା।

ଏପରି ସ୍ଥିତି ପ୍ରାୟ ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଦେଶ ସାରା ଏପରି ପରିସ୍ଥିତି ଉପୁଜିଥିଲାକି ଅନେକ ଲୋକ ଅନେଇ ନେଇ ଟ୍ଵିଟ୍‌ରରେ ଅଭିଯୋଗ କରି , ଆଧାର-ପାନ୍ ଲିଙ୍କ୍ କରିବାର ଅନ୍ତିମ ତାରିଖ ଘୁଞ୍ଚାଇବା ପାଇଁ ଦାବି କରିଥିଲେ। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ସହ ଆଧାର ସଂଯୋଗ କରିବାର ଅନ୍ତିମ ତାରିଖକୁ ଜୁନ ୩୦, ପର୍ଯ୍ୟନ୍ତ ବଢ଼ାଇଦେଇଛି।ଆୟକର ବିଭାଗ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି । ଜୁନ ୩୦ ତାରିଖ ମଧ୍ୟରେ ଅନଲାଇନ ବା ଏସଏମଏସ ମାଧ୍ୟମରେ ଆଧାର-ପ୍ୟାନ୍ ଲିଙ୍କ ହୋଇପାରିବ।

‌ସୂଚନାନୁଯାଇ ନିର୍ଦ୍ଦେଶନାମା ଅନୁସାରେ ୩୦ ଜୁନ୍ ୨୦୨୧ ମଧ୍ୟରେ ପ୍ୟାନ୍-ଆଧାର ଲିଙ୍କ ନ କରିଥିବା ବ୍ୟକ୍ତିଙ୍କର ପ୍ୟାନ କାର୍ଡ ଅଚଳ ହୋଇଯାଇପାରେ। ଯଦି ପ୍ୟାନ ଅବୈଧ ବା ଅଚଳ ହୋଇଯାଏ, ତେବେ କୌଣସି ବଡ଼ ଆର୍ଥିକ କାରବାର କରି ହେବ ନାହିଁ । ଏହା ସହ,ଅଧିକ ଟିଡିଏସ ମଧ୍ୟ ଦେବାକୁ ପଡିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Apr 1 , 2021
ଆଜି ଉତ୍କଳ ଦିବସ ।୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ  ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହି ଅବସରରେ ସାରା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୨୪ ଘଣ୍ଟା ମଧ୍ୟରେ ୩୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୩୧୧ରେ ପହଞ୍ଚିଛି […]

You May Like

Pin It on Pinterest