
ବାସ୍ତବବ୍ୟୁରୋ: ଯେତେ ଯେତେ ପାଖେଇ ଆସୁଛି ପିପିଲି ଉପ ନିର୍ବାଚନ,ପ୍ରଚାର ମଇଦାନକୁ ଓଲ୍ହାଉଛି ସବୁ ଦଳର ଷ୍ଟାର ପ୍ରଚାରକ ।ଟାଣୁଆ ନେତାମାନଙ୍କ ମଧ୍ୟରେ ବଣ୍ଟାଯାଇଛି ଏରିଆ ,ସବୁଠାରୁ ବଡ଼କଥା ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛନ୍ତି ।
ଦେଖିବାକୁ ଗଲେ ସମସ୍ତଙ୍କ ମନରେ ଗୋଟିଏ କଥାଯେ,୧୦ ଜଣ ପ୍ରାଥୀ ହେଲେବି ଦୁଇ ଜଣଙ୍କ ଭିତରେ ଚାଲିଛି ଵାଲା କଷାକଷି |ସମସ୍ତଙ୍କ ନାଜ୍ଜର କେବେ ମଇଦାନକୁ ଓଲ୍ହାଇବେ ବିଜେଡି ସୁପ୍ରିମୋ |ଏଇ ସାଗରଂ ପ୍ରଚାରରେ,ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନାନୁଯାଇ, ଧର୍ମେନ୍ଦ୍ର ସାଧାରଣ ସଭାରେ ଉଦବୋଧନ ଦେବେ, ଏହାଛଡା ଅନ୍ୟ କିଛି ବିଜେପିର କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି | ୮ ତାରିଖରୁ ପିପିଲି – ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରିବ ବିଜେପି |


