ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ପଶ୍ଚିମବଂଗର ଅନ୍ୟତମ ଟାଣୁଆ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତଥା ଅରୂପ ବିଶ୍ୱାସଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…

ବାସ୍ତବବ୍ୟୁରୋ: (କୋଲକାତା) ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟର ମତଦାନ |ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ବିଧାନସଭାର ୪୪ଟି ଆସନରେ ଏହି ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଏହି ପର୍ଯ୍ୟାୟରେ କୁଚବିହାର, ଆଲିପୁରଦ୍ୱାର ଜିଲ୍ଲା, ଦକ୍ଷିଣ ୨୪ ପ୍ରଗଣା, ହାୱଡା ଓ ହୁଗୁଳୀ ଅନ୍ତର୍ଭୂକ୍ତ ।

ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ପଶ୍ଚିମବଂଗର ଅନ୍ୟତମ ଟାଣୁଆ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତଥା ଅରୂପ ବିଶ୍ୱାସଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ପଶ୍ଚିମବଂଗର ଭୋଟର ।

ଚତୁର୍ଥ ପର୍ଯ୍ୟାୟରେ ମୋଟ ୩୭୩ ଜଣ ପ୍ରାର୍ଥୀ ନିର୍ବାଚନ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ୧ କୋଟି ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତାଙ୍କ ମତ କାହା ସପକ୍ଷରେ ତାହା ୨ ତାରିଖରେ ଜଣାପଡିବ ।ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକ ଉପରେ ପୋଲିସ ନଜର ରଖିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ କାର ସହ ୧ କ୍ବିଣ୍ଟାଲ ୪ କିଲୋ ଗଞ୍ଜେଇ ଜବତ କନ୍ଧମାଳରୁ ଦିଲ୍ଲୀ ଚାଲାଣ...

Sat Apr 10 , 2021
ବାସ୍ତବବ୍ୟୁରୋ:ପ୍ରତିଦିନ ଖବର ଦୁନିଆରେ ଓଡ଼ିଶାର ଆଉ କୋଉ ଖବର ଥାଉ ବା ନଥାଉ ଗଞ୍ଜେଇ ଚୋରା ଚାଲାଣ ର ଖବର ନିଶ୍ଚୟ ଥିବ | ନକ୍ସଲ ଓ ଗଂଜେଇ ମାଫିଆଙ୍କ ପାଖରେ ଯେମିତି ହାରିଯାଉଛି ଆଇନ କାନୁନ |ଧଳା ଓ ନୀଳ ଜହରର କହଁର ଆଜି ଗାଁ ଠୁ ସହର | ଗଂଜେଇ ଚୋରା ଚାଲାଣର ରାଜ୍ ଚାଲୁଛି,ଆଜି କନ୍ଧମାଲତ କାଲି କୋରଫୁଟ,ଏହି ପରିପେକ୍ଷୀରେ ଆଜି କନ୍ଧମାଳରୁ ଦିଲ୍ଲୀ ଚାଲାଣ […]

You May Like

Breaking News

Pin It on Pinterest