ନୂଆଦିଲ୍ଲୀ : ୱାଘା ବର୍ଡ଼ରରେ ପହଁଚିଲେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ୱାଘାର ଅଟାରି ବର୍ଡର ଦେଇ ନିଜର ଦେଶକୁ ଫେରୁଛନ୍ତି ଅଭିନନ୍ଦନ । ଏନେଇ ସାରା ଦେଶ ଖୁସିର ଲହରୀ ଖେଳିଯାଇଥିବା ବେଳେ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବାୟୁସେନାର ପ୍ରତିନିଧି ଦଳ ସହ ଅଭିନନ୍ଦନଙ୍କ ବାପା ଓ ମା ଉପସ୍ଥିତ ଥିବା ଦେଖିବାକୁ ମିଳିଛନ୍ତି । ସୂଚନା ଅନୁଯାୟୀ ବାୟୁସେନାର ଅଧିକାରୀ ଅଭିନନ୍ଦନଙ୍କୁ ନେଇ ନୂଆଦିଲ୍ଲୀ ଯିବେ । ଏବଂ ସେଠାରୁ ତାଙ୍କୁ ହେଡକ୍ୱାଟରକୁ ନିଆଯିବ । ସୁଚନା ମୁତାବକ ଅଭିନନ୍ଦନଙ୍କ ଯୁଦ୍ଧ ବିମାନ ଧ୍ୱଂସ ହେବାପରେ ଅଭିନନ୍ଦନ ପାକିସ୍ତାନ ଫସିଯାଇଥିଲେ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରିନେଇଥିଲା । ପରେ ପାକ୍ କବଜାରେ ଭାରତୀୟ ସେନାଥିବା ନେଇ ଭିଡିଓ ଭାଇରାଲ ହେବାପରେ ଭାରତ ସରକାର ତାଙ୍କୁ ମୁକ୍ତ କରି ଫେରାଇ ଆଣିବାକୁ ଦାବି କରିଥିଲେ । ତହାସହ ପାକିସ୍ତାନ ଉପରେ ଅନ୍ୟ ଦେଶର ଚାପ ପଡ଼ିବା ସହିତ ଭାରତର ଯୁଦ୍ଧ ପ୍ରସ୍ତୁତିକୁ ଦେଖି ଶେଷରେ ମୁକ୍ତ କରିବାକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଥିଲେ ।
Next Post
ଗରମ ପୂର୍ବରୁ ବର୍ଷାର ଝଲକ୍ !
Fri Mar 1 , 2019
ଆଗକୁ ଅରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମ ଦିନ ଅର୍ଥାତ ଖରା ଦିନ । କିନ୍ତୁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପୂର୍ବରୁ ଆସ୍ୱସ୍ତି ଦେଇଛି ବର୍ଷା । ଏଇ ମାତ୍ର କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆ ପଥର ସାଙ୍ଗକୁ ବର୍ଷା ଲାଗିରହିଥିବାବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ […]

You May Like
-
5 years ago
ଖବର ଡଗର …ଦିନ ୧୦ ରୁ ରାତି ୧୦
-
5 years ago
ଆଜିର ଖାସ୍ ଖବର


