ପଶ୍ଚିମବଙ୍ଗ ହୁଏତ ବିଜେପିକୁ ବହୁମତ ଦେଇନି ,କିନ୍ତୁ ଦଳର ମହିଳା ପ୍ରାର୍ଥୀଙ୍କ ବିଜୟ ଖବର ଏବେ ଚର୍ଚ୍ଚାରେ । ସମ୍ପତ୍ତି ତାଲିକାରେ ଚନ୍ଦନା ବାଉରୀଙ୍କ ପାଖରେ କିଛି ହଜାର ଟଙ୍କା, ତିନୋଟି ଗାଈ ,ତିନୋଟି ଛେଳି ଏବଂ ଗୋଟିଏ ଛୋଟିଆ ଘର ଅଛି।

ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ଫଳାଫଳ ରବିବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ, ଯଦିଓ ବିଜେପି ୨୦୦ର ସେହି ଯାଦୁ ସଂଖ୍ୟା ଅତିକ୍ରମ କରି ନଥାଇପାରେ, ତଥାପି ଜଣେ ମହିଳା ବିଜେପି ବିଧାୟକଙ୍କ ବିଜୟକୁ ନେଇ ଚର୍ଚ୍ଚା ହେଉଛି। ବିଜେପି ଟିକେଟରେ ସଲ୍ଟୋରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଚନ୍ଦନ ବାଉରୀ ଟିଏମସିର ସନ୍ଦୀପ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି।
ଚନ୍ଦନା ବାଉରୀଙ୍କ ବିଜୟ ଚର୍ଚାରେ ରହିବାର କାରଣ ସେ ଜଣେ ସାଧାରଣ ଶ୍ରମିକ ପରିବାରରୁ ଆସିଛନ୍ତି | ସମ୍ପତ୍ତି ବୋଲି ଏକ ଘର କିଛି ଟଙ୍କା ଅଛି | ବିଜେପି ନେତା ସୁନୀଲ ଦେଓଧର ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଚନ୍ଦନ ଙ୍କ ମୋଟ ଜମା ୩୧ ,୯୮୫ ଟଙ୍କା। ସେ କହିଛନ୍ତି ଯେ ଚନ୍ଦନ ଏକ ଅନୁସୂଚିତ ଜାତିରୁ ଆସିଛନ୍ତି, ଏକ ଝୁମ୍ପୁଡ଼ିରେ ରୁହନ୍ତି, ସେ ଜଣେ ଶ୍ରମିକଙ୍କ ପତ୍ନୀ ଏବଂ ସମ୍ପତ୍ତି ନାମରେ ତାଙ୍କର ତିନୋଟି ଗାଈ ଓ ତିନୋଟି ଛେଳି ଅଛନ୍ତି।