ଅନନ୍ତନାଗରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ,ତିନି ଆତଙ୍କବାଦୀ ନିହତ

Photo: social media
ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି।

ବାସ୍ତବବ୍ୟୁରୋ:ଜାମ୍ମୁ କାଶ୍ମୀର ର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ସୁରକ୍ଷା ବାହିନୀ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହାପୂର୍ବରୁ ଶୋପିୟାନ ଜିଲ୍ଲାରେ ମେ ୬ ରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ସମୟରେ ଜଣେ ଆତଙ୍କବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ।

ଅନନ୍ତନାଗ ଏନକାଉଣ୍ଟର ସମ୍ପର୍କରେ ଆଇଜି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ତିନି ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛୁ । ଜିଲ୍ଲାର କୋକର୍ନାଗ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସୂଚନା ହସ୍ତଗତ ହୋଇଥିଲା । ଏହାକୁ ଭିତ୍ତି କରି ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କର୍ଡନ କଡାକଡି ହେବାରୁ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାଫଳରେ ସୁରକ୍ଷା ବାହିନୀ ତିନି ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଅପରେସନ୍ ଚାଲିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ଦିନରେ ସୁସ୍ଥହେବାରେ ୬୨ ଦିନର ରେକର୍ଡ ଭାଙ୍ଗିଲା,ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୩ .୫୬ ଲକ୍ଷ ୩୮୭୬ ମୃତ୍ୟୁ

Tue May 11 , 2021
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ .୨୯ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ,୮୭୬ ଲୋକ ପ୍ରାଣ ହରାଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂତନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବାର ଏହା ଏକ ଆଶ୍ବସ୍ତିକର ବିଷୟ। ଏଥି ସହିତ, ୬୨ ଦିନ ପରେ, ପ୍ରଥମ ଥର ପାଇଁ ନୂତନ ରୋଗୀଙ୍କ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ | ବାସ୍ତବବ୍ୟୁରୋ:କରୋନା […]

You May Like

Pin It on Pinterest