
ବାସ୍ତବବ୍ୟୁରୋ:ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ସଂଖ୍ୟା ତିନି ଲକ୍ଷରୁ କମ୍ ହୋଇଛି। ତେବେ ମଙ୍ଗଳବାର ଏହା ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି । ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟାରେ କୌଣସି ବିଶେଷ ହ୍ରାସ ଘଟିନାହିଁ। ମଙ୍ଗଳବାର ଦିନ ଦେଶରେ ମୋଟ ୨ ଲକ୍ଷ ,୬୭ ହଜାର ,୧୨୨ ଜଣ କରୋନା ଜୀବାଣୁ ସଂକ୍ରମିତ ହୋଇଥିବାବେଳେ ୩୯୧୨ ଜଣ ପ୍ରାଣ ହରାଇଛନ୍ତି।
ମଇ ୬ ରେ ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ୪ ,୧୪ ,୫୫୪ ଥିଲା, ସେବେଠାରୁ ଏହା ହ୍ରାସ ପାଇବାରେ ଲାଗିଛି। ଗତ ୧୨ ଦିନ ମଧ୍ୟରେ ୧୭ ତାରିଖରେ ୨,୬୨ ହଜାରକୁ ହ୍ରାସ ପାଇଥିଲା,ତେବେ ଦେଖିବାକୁ ଗଲେ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି, ତଥାପି ଏହା ବିଶ୍ଵ ରେ ସର୍ବୋଚ୍ଚ ସ୍ଥାନରେ ରହିଛି।
ମହାରାଷ୍ଟ୍ର ରେ ଗତ ୨୪ ଘଂଟାର ସ୍ଥିତି
ମଙ୍ଗଳବାର ଦିନ, ମହାରାଷ୍ଟ୍ରରେ ୨୮୪୩୮ ନୂତନ କରୋନା ସଂକ୍ରମଣ ହୋଇଥିବା ରିପୋର୍ଟ ମିଳିଛି , ଯାହା ସୋମବାରର ନୂଆ ରୋଗ ତୁଳନାରେ ୧ ,୮୨୨ କମ୍ ଥିବାବେଳେ ରାଜ୍ୟରେ ସଂକ୍ରମଣ ହେତୁ ୬୭୯ ଜଣଙ୍କର ମୃତ୍ୟୁ ଘଟିଛି।
ତାମିଲନାଡୁ ରେ ଗତ ୨୪ ଘଂଟାର ସ୍ଥିତି
ତାମିଲନାଡୁରେ କରୋନା ଜୀବାଣୁ ସଂକ୍ରମଣର ୩୩ ,୦୫୯ ନୂତନ ସଂକ୍ରମିତ ହୋଇଥିବାବେଳେ ୩୬୪ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ଏ ବିଷୟରେ ସୂଚନା ଦେଇଥିଲା। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗର ଏକ ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟରେ ମୋଟ ମାମଲା ୧୬ ,୬୪ ,୩୫୦ କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୧୮ ,୩୬୯ ରେ ପହଞ୍ଚିଛି।
ପଶ୍ଚିମବଙ୍ଗ ଗତ ୨୪ ଘଂଟାର ସ୍ଥିତି
ମଙ୍ଗଳବାର ଦିନ ପଶ୍ଚିମବଙ୍ଗରେ କୋଭିଡ -୧୯ ର ୧୯ ,୪୨୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ ଏହି ସମୟ ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣ ହେତୁ ୧୪୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ଏକ ବୁଲେଟିନ୍ ଜାରି କରି ଏ ବିଷୟରେ ସୂଚନା ଦେଇଛି।
କର୍ଣ୍ଣାଟକରେ ଗତ ୨୪ ଘଂଟାର ସ୍ଥିତି
କର୍ଣ୍ଣାଟକରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ,୩୦୯ ଟି ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ଏବଂ ୫୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ୫୮ ,୩୯୫ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି |



