ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା ପ୍ରଦାନ କରାଯିବା ସହ ‘ସହିଦ’ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା, ସୁଯୋଗ ଓ ଆର୍ଥିକ ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ହେଲେ ସାମରିକ ବାହିନୀରେ କାର୍ୟ୍ୟାକାଳ ସମୟରେ ଯଦି ଯବାନ ଦେଶ ପାଇଁ ଆତ୍ମ ବଳିଦାନ ଦିଅନ୍ତି । ତେବେ ସେହି ଯବାନଙ୍କୁ ‘ସହିଦ’ର ମାନ୍ୟତା ପ୍ରଦାନ କରାଯାଇ ନଥାଏ । ସରକାରଙ୍କ ପକ୍ଷରୁ ଯେଉଁ ସୁବିଧା ସହଯୋଗର ହାତ ବଢ଼ାଇବା କଥା ଏହି କ୍ଷେତ୍ରରେ କେନ୍ଦ୍ର ସରକାର କରି ନଥାଏ । ଗତ ଫେବ୍ରୁଆରି ମାସ ୧୪ ତରିଖରେ ପୁଲଓ୍ବାମା ଆକ୍ରମଣରେ ଦେଶ ପାଇଁ ‘ସହିଦ’ ହୋଇଥିବା ଯବାନ ଅର୍ଦ୍ଧ ସାମରିକ ବାହିନୀରେ ଅନ୍ତର୍ଭୁକ୍ତ । ତେଣୁ ସେମାନଙ୍କୁ ‘ସହିଦ’ର ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସିଆରପିଏଫ, ବିଏସଏଫ ଏବଂ ଆସାମ ରାଇଫଲ ଆଦି ଅର୍ଦ୍ଧ ସାମରିକ ବାହିନୀରେ ସାମିଲ ଅଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧିନରେ ଥିବା ଏହି ଯବାନମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକ ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ଯଦି କଂଗ୍ରେସ ସରକାର ଆସେ ତେବେ ସାମରିକ ବାହିନୀ ପରି ଅର୍ଦ୍ଧ ସାମରିକ ବହିନୀଙ୍କୁ ‘ସହିଦ’ର ମାନ୍ୟତା ଦିଆଯିବ । ନୂଆ ଦିଲ୍ଲୀରେ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ରାହୁଲ ଏହି କଥା ଘୋଷାଣ କରିଛନ୍ତି ।
Next Post
ଲୁକା ଛୁପିକୁ ଟକ୍କର ଦେଉଛି ସିରିୟସ୍ ଡ୍ରାମା ସୋନ ଚିଡିୟା
Sat Mar 2 , 2019
ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍ ଷ୍ଟାରର ଲୁକା ଛୁପି। ଫିଲ୍ମରେ ରହିଛି ଛୋଟ ସହରର କାହାଣୀ। କାର୍ତ୍ତିକ ଓ କ୍ରିତି ଲିଭ ଇନରେ ରହିବାକୁ ଚାହୁଁଛନ୍ତି। ମାତ୍ର ଛୋଟ ସହରରେ ଅବିବାହିତ ଯୁବକଯୁବତୀଙ୍କୁ ଘର ଭଡା ମିଳିବାରେ ଅସୁବିଧା ହେଉଛି ।ସେଥିଲାଗି ବିବାହ କରିଥିବା ନେଇ ମିଛ କହୁଛନ୍ତି ଉଭୟେ । ଏହାପରେ ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା […]

You May Like
-
6 years ago
ଆଜିର ଖାସ୍ ଖବର
-
5 years ago
ଆଜିର ଖାସ ଖବର….
-
4 years ago
ଆଜିର ଖାସ୍ ଖବର
-
5 years ago
ପଛକୁ ଫେରୁଛି ଡ୍ରାଗନ..
-
2 years ago
୬.୫ରେ ରେପୋ ରେଟ୍ ଅପରିବର୍ତ୍ତିତ