ପଶ୍ଚିମବଙ୍ଗର ଆଇଏଏସ ଅଲପନବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା…

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ପଶ୍ଚିମବଙ୍ଗର ଆଇଏଏସ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା |ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ୩୦ ମିନିଟ୍ ଅପେକ୍ଷା କରାଇବା ଏବେ ମହଙ୍ଗା ପଡ଼ିଛି ଅଲପନ ବନ୍ଦୋପାଧ୍ୟାୟଙ୍କୁ।

ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଅଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ଆଇଏଏସ ନିୟମ ୧୯୫୪ର ନିୟମ ୬ (୧) ଅନୁଯାୟୀ ଏହି ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ର କହିଛି।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକରେ | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୩୦ ମିନିଟ ପରେ ପହଂଚି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ,ଏବଂ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ। ତିନି ଦିନ ତଳେ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ହେଲେ ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ,ମମତା ବାନାର୍ଜୀ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବଢ଼ାଇ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat May 29 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୮୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୪୭୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୭୧୩୩ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest