
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେନ୍ଦ୍ର ସରକାର ସ୍ଥିରକଲେ, ବେସରକାରୀ ଡାକ୍ତରଖାନା ଗୁଡ଼ିକ ପାଇଁ କରୋନା ଟିକାର ମୂଲ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁଠାରୁ ଶସ୍ତା ମୂଲ୍ୟରେ ୭୮୦ ଟଙ୍କା କୋଭେସିଲ୍ଡ ଉପଲବ୍ଧ ହେବ। ସବୁଠାରୁ ମହଙ୍ଗା ହେଉଛି କୋଭାକ୍ସିନ୍, ଯାହା ୧୪୧୦ ଟଙ୍କା ଓ Sputnik V ର ମୂଲ୍ୟ ୧୧୪୫ ଟଙ୍କା ରହିବ |
ଏହା ସହିତ କେନ୍ଦ୍ର ସରକାର, ରାଜ୍ୟ ସଂସ୍ଥା ସହିତ ପ୍ରତିଦିନ ଏହି ହାର ଉପରେ ନଜର ରଖିବେ। ଅଧିକ ମୂଲ୍ୟ ଆଦାୟ ପାଇଁ ଘରୋଇ ଟୀକାକରଣ କେନ୍ଦ୍ର କିମ୍ବା ଘରୋଇ ଡାକ୍ତରଖାନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେସରକାରୀ ଡାକ୍ତରଖାନାଗୁଡ଼ିକୁ ସେବା ଚାର୍ଜ ପାଇଁ ୧୫୦ରୁ ଅଧିକ ଟଙ୍କା ନଦେବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି। ଏହାର ନଜର ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଦାୟିତ୍। ଦିଆଯାଇଛି।
ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକର ମୂଲ୍ୟ ପରେ ସରକାର ଏଥିରେ ୫ % ଜିଏସ୍ଟି ବ୍ୟତୀତ ୧୫୦ ଟଙ୍କା ସେବା ଚାର୍ଜ ଯୋଡିଛନ୍ତି। ଏହି ଅନୁଯାୟୀ, କୋଭେସିଲ୍ଡର ମୂଲ୍ୟ ୭୮୦ ଟଙ୍କା ଅଟେ। ଏଥିରେ ଟିକାର ମୂଲ୍ୟ ୬୦୦ ଟଙ୍କା , ୩୦ ଟଙ୍କା ଜିଏସ୍ଟି ଏବଂ ୧୫୦ ଟଙ୍କା ସେବା ଚାର୍ଜ ଅନ୍ତର୍ଭୁକ୍ତ। କୋଭାକ୍ସିନ (୧୪୧୦ ଟଙ୍କା) ମୂଲ୍ୟରେ ଟୀକାର ମୂଲ୍ୟ ୧୨୦୦ ଟଙ୍କା, ଜିଏସ୍ଟି ୬୦ ଟଙ୍କା ଏବଂ ୧୫୦ ଟଙ୍କା ସେବା ଚାର୍ଜ ଅନ୍ତର୍ଭୁକ୍ତ। ଘରୋଇ ଡାକ୍ତରଖାନା ପାଇଁ ରୁଷର ଟିକା ସ୍ପୁଟ୍ନିକ୍-ଭି ପାଇଁ ୧୧୪୫ ଟଙ୍କା, ଟିକାର ମୂଲ୍ୟ ୯୪୮ ଟଙ୍କା, ଜିଏସ୍ଟି ୪୭ ଟଙ୍କା ଏବଂ ସେବା ଚାର୍ଜ ୧୫୦ ଟଙ୍କା ହେବ।


