କବିତା:ସେ ହସିଦେଲା

ସରସ୍ବତୀ ପଣ୍ଡା

ସେ ହସିଦେଲା
ବରଷା ଝରିଗଲା
ଶୋଷିନେଲା ମାଟିର ଓଠ
ତୃପ୍ତ ପଞ୍ଚପ୍ରାଣ
ବାସ୍ନାୟିତ ମନ
ଆଉ ବାସ୍ନାୟିତ ହୃଦୟର ତୁଠ।

ସେ କହିଦେଲା
ଭଲପାଏ ବୋଲି
ମିଳିଗଲା ସରଗର ସୁଖ
ବୟସର ଦାଗ
ଗଲାତ ଉଭେଇ
ଝଲସିଲା ପ୍ରିୟତମା ମୁଖ।

ସେ ଯାଚିଦେଲା
ଆଞ୍ଜୁଳେ ଶରଧା
ଭରିଗଲା ପ୍ରୀତିର ପଣତ
ଚମକି ଚାହିଁଲା
ମଥାର ଟିକିଲି
ପାହାଁନ୍ତି ସପନ ଏବେ ଲାଗେ ସତ ସତ।

ସେ ମାଗିନେଲା
ଦୁଃଖର ଅତୀତ
ସାତସିଆଁ ପଉଷର ଭେଟି
ଶ୍ରାବଣର ଦହଗଞ୍ଜ
ବୈଶାଖର ଲୁହ ସଞ୍ଜ
ଆଉ ଦରସିଝା ଉଦରର ତାତି।

ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପବିତ୍ର ମହାଶିବରାତ୍ରି ରେ "ସର୍ବେ ଭବନ୍ତୁ ସୁଖୀନଃ" ଅନୁଷ୍ଠାନ ଦ୍ଵାରା କର୍କଟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ....

Sat Feb 18 , 2023
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକ ର ଅନ୍ୟତମ ଶ୍ରେଷ୍ଠ ସମାଜସେବୀ ଲୋକପ୍ରିୟ ଅନୁଷ୍ଠାନ “ସର୍ବେ ଭବନ୍ତୁ ସୁଖୀନଃ” ପରିବାର ପକ୍ଷରୁ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ରୋଗ ପ୍ରପୀଡ଼ିତ ଅସହାୟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,ଫଳ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା। ବିଗତ ଦୀର୍ଘ ୮ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ […]

You May Like

Pin It on Pinterest