
ବାସ୍ତବବ୍ୟୁରୋ(ଭୁବନେଶ୍ବର)୧୬ ମାର୍ଚ୍ଚ, ୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଗାଳ୍ପିକା ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ଚରଣରେ ଆଜି ମହାପ୍ରୟାଣ ଲଭିଥିବା ପ୍ରଣମ୍ୟ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବରେ,ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ବିଶିଷ୍ଟ କବି କେଦାର ମିଶ୍ର, ବିଶିଷ୍ଟ କବି ବିରଜା ବଳ ଓ ମଞ୍ଚମୁଖ୍ୟ ଭାବେ ଉପସ୍ଥିତ ଥିଲେ କବିଙ୍କର ପିତା ପବିତ୍ର ନାୟକ। ମଂଚ ପରିଚାଳନା କରିଥିଲେ ଯୁବ କବି ବେଦପ୍ରକାଶ ନାୟକ ଓ ପ୍ରକାଶକୀୟ ଅଭିମତ ରଖିଥଲେ ବର୍ଷା ପବ୍ଲିକେସନ୍ର ସତ୍ତ୍ଵାଧିକାରୀ କବି ବାବାଦଲ ମହାନ୍ତି ।ପୁସ୍ତକରୁ ରୁ କିଛି କବି କବିତାକୁ ଆବୃତ୍ତି କରିଥିଲେ ସମଧର୍ମା ପ୍ରକାଶିତ କବିତା କବି ବିମାନେ।
ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ,ଲେଖିକା ଓ ସାହିତ୍ୟାନୁରାଗୀ ବ୍ୟକ୍ତି ବିଶେଷ ଯୋଗ ଦେଇ ସଭାଟିକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ କବି ପୁସ୍ତକଟିର ସ୍ରଷ୍ଟା ତଥା ଯୁବ କବି ବୀରେନ୍ଦ୍ର ନାୟକ।