ଦେବଉଥାନ ଏକାଦାଶି କେବେ, ଭଗବାନ ବିଷ୍ଣୁ ତୁଳସୀ ଙ୍କୁ କାହିଁକି ବିବାହ କରିବାକୁ ପଡିଲା?
ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ଭଗବାନ ବିଷ୍ଣୁ ଆଷାଢ଼ ଶୁକ୍ଲା ଏକାଦାଶୀରୁ ଚାରିମାସ ଶୋଇଥାନ୍ତି ଏବଂ କାର୍ତ୍ତିକ ଶୁକ୍ଲ ଏକାଦଶୀ ରେ ଜାଗ୍ରତ ହୁଅନ୍ତି। ଦେବଥାନି ଏକାଦାଶି ଦିନ, ଚାତୁର୍ମାସ ସମାପ୍ତ ହୁଏ, ଏବଂ ହିନ୍ଦୁ ରୀତିରେ ବିବାହ କାର୍ଯ୍ୟ ଆରମ୍ଭ ହୁଏ |
କାର୍ତ୍ତିକ ମାସର ଶୁକ୍ଲା ପକ୍ଷ ଏକାଦାଶିକୁ ଦେବ ଉଥାନୀ ଏକାଦଶୀ କୁହାଯାଏ | ଏଥର ଦେବ ଉଥାନୀ ଏକାଦାଶି ୨୫ ନଭେମ୍ବର ବୁଧବାର ଦିନ | ତା ପରଦିନ ଶାଳଗ୍ରାମ -ତୁଳସୀ ବିବାହ |
ସ୍କନ୍ଦ ପୁରାଣର କାର୍ତ୍ତିକ ମହାତ୍ମାରେ ଭଗବାନ ଶାଳଗ୍ରାମଙ୍କୁ ମହାତ୍ମା ଦିଆଯାଇଛି , ଏବଂ କୁହାଯାଇଛି ଯେ ସମସ୍ତ ତୀର୍ଥଯାତ୍ରା ଏହାଙ୍କ ଦର୍ଶନରୁ ହୋଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସର ଦ୍ୱାଦଶରେ ମହିଳାମାନେ ତୁଲସୀ ଏବଂ ପ୍ରଭୁ ଶାଳଗ୍ରାମଙ୍କୁ ପ୍ରତୀକ ଭାବରେ ବିବାହ କରାଇ ଥାନ୍ତି | ଚଳିତ ବର୍ଷ ଶାଳଗ୍ରାମ ଓତୁଳସୀ ୨୬ ନଭେମ୍ବର ଗୁରୁବାର ଦିନ ବିବାହ କରିବେ। ଏହା ପରେ ହିନ୍ଦୁ ଧର୍ମର ଅନୁଗାମୀମାନେ ବିବାହ ଇତ୍ୟାଦି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି।
ଭଗବାନ ବିଷ୍ଣୁ ତୁଳସୀ ଙ୍କୁ କାହିଁକି ବିବାହ କଲେ?
ଶଙ୍କଚୁଡ ନାମରେ ଏକ ଅସୁର ପତ୍ନୀ ଵୃନ୍ଦା ଅତ୍ୟନ୍ତ ସତୀ ଥିଲେ। ତାଙ୍କ ସତୀତ୍ଵ କୁ ଭଙ୍ଗ ନକଲେ ଶଙ୍କରଚୁଡ କୁ ପରାସ୍ତ କରିବା ଅସମ୍ଭବ ଥିଲା | ଶ୍ରୀ ହରି ରୂପ ବଦଳାଇ ଶଙ୍କଚୁଡ ରୂପରେ, ଵୃନ୍ଦାର ସତୀତ୍ଵ ହରଣ କରିବା ପରେ ଶିବ ଶଙ୍କଚୁଡ କୁ ହତ୍ୟା କଲେ। ଏହି ପ୍ରତାରଣା ପାଇଁ ଶିଳାରୂପରେ ପରିଣତ ହେବାକୁ ଵୃନ୍ଦା ହରିଙ୍କୁ ଅଭିଶାପ ଦେଇଥିଲେ | ସେବେଠାରୁ ଶ୍ରୀ ହରି ଶାଳଗ୍ରାମ ରୂପରେ ପୂଜା ପାଆନ୍ତି ବୋଲି କୁହାଯାଏ |
ଏଇ ବୃନ୍ଦଙ୍କୁ ଶ୍ରୀ ହରି ଆଶୀର୍ବାଦ ଦେଥିଲେକି ,ପୁନର୍ବାର ତୁମେ ତୁଳସୀ ରୂପରେ ଜନ୍ମ ନେବ | ତୁମର ପତ୍ର ବିନା ମୋର ପୂଜା କେବେବି ସଂପୂର୍ଣ୍ଣ ହେବ ନାହିଁ |ଯେପରି ଶିବଲିଙ୍ଗଙ୍କୁ ଭଗବାନ ଶିବଙ୍କ ଦେବତା ଭାବରେ ପୂଜା କରାଯାଏ। ସେହିଭଳି ଶାଳଗ୍ରାମ ଙ୍କୁ ଭଗବାନ ବିଷ୍ଣୁଙ୍କ ରୂପ ଭାବରେ ପୂଜା କରାଯାଏ। ନେପାଳର ଗଣ୍ଡୁକୀ ନଦୀ ମଧ୍ୟରୁ ମିଳିଥିବା ଗୋଲାକାର କଳା ରଙ୍ଗର ପଥର | ଏଥିରେ ଏକ ଛିଦ୍ର ଅଛି ଏବଂ ପଥରରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଖୋଦିତ ହୋଇଥାଏ |
ଶାଳଗ୍ରାମ ପୂଜା କରିବାର ମହତ୍ୱ କ’ଣ?
ଶ୍ରୀମଦ୍ ଦେବୀ ଭାଗବତ ଅନୁଯାୟୀ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ରରେ ପୂଜା କରୁଥିବା ବ୍ୟକ୍ତି। ୧୦ ,000 ଗାଈ ଦାନର ସୁଫଳ ପାଇଁଥାଏ | ପୂଜା ଭାଗ୍ୟ ଏବଂ ଜୀବନକୁ ବଦଳାଇଥାଏ |ଶାଳଗ୍ରାମଙ୍କୁ ଉପାସନା କରୁଥିବା ବ୍ୟକ୍ତିଙ୍କୁ କୌଣସି ରୋଗ ଓ ଗ୍ରହଦଶା ବାଧା ସୃଷ୍ଟି କରେ ନାହିଁ | ଯାହାଙ୍କ ଘରେ ଶାଳଗ୍ରାମ ତୁଳସୀ ପତ୍ରସହ ,ସଂଖ ଏବଂ ଶିବଲିଙ୍ଗ ରୁହନ୍ତି, ସେଠାରେ ଧନଧାନ୍ୟ ଓ ସମୃଦ୍ଧତା ଥାଏ |



