
ଭାରତ ରେ ଏଲ.ଇ.ଡି ବଲ୍ବ ର କାରବାର ଦିନ କୁ ଦିନ ବଢିଚାଲିଛି.ଏମିତି ଗୋଟେ ଘର ନାହିଁ ଯେଉଁଠି ଏଲ.ଇ.ଡି ବଲ୍ବ ନଥିବ.ସରକାର ମଧ୍ୟ ଏହା କୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି.ଏହା ଅଧିକ ଉଜ୍ଜଳ ଆଲୋକ ଦେଉଥିଲେ ମଧ୍ୟ ଏହା ଉପରେ ଏକ ସର୍ଭେ ର ରିପୋର୍ଟ ଦେଖିଲେ ଆପଣ ଚମକି ପଡିବେ.

ଏହି ତଥ୍ୟ ଅନୁସାରେ ବଜାର ରେ ବିକ୍ରି ହେଉଥିବା ବେଳେ ୭୬% ବଲ୍ବ ର ସୁରକ୍ଷା ମାନ ଅତି ନିମ୍ନସ୍ତରର. ନିଏଲସେନ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶ ରେ ବିକ୍ରି ହେଉଥିବା ଅଧିକ ଏଲ.ଇ.ଡ଼ି ବଲ୍ବ ବିପଦଜନକ ଓ ନକଲି. ଦେଶର ରାଜଧାନୀ ଦିଲ୍ଲୀ ରେ ଏହିଭଳି ବଲ୍ବ ସମ୍ବନ୍ଧୀୟ ଅଧିକ ମାମଲା ଦେଖାଯାଇଛି.୪୮% ଏଲ.ଇ.ଡ଼ି ବଲ୍ବ ନିର୍ମାତାଙ୍କର କୌଣସି ଠିକଣା ନାହିଁ କି ନାମ ମଧ୍ୟ ନାହିଁ.ରିପୋର୍ଟ ଅନୁସାରେ ନକଲି ଓ ବିନା ବ୍ରାଣ୍ଡ ଵାଲା ଏଲ.ଇ.ଡ଼ି ବଲ୍ବ କେବଳ ଗ୍ରାହକ ମାନଙ୍କ ପାଇଁ ବିପଦଜନକ ନୁହେଁ ଏହା ମଧ୍ୟ ସରକାରଙ୍କର ‘ମେକ ଇନ ଇଣ୍ଡିଆ’ ଯୋଜନା ଉପରେ ବିପଦ ଆଣିଦେଇଛି.ଅଗଷ୍ଟ ମାସ ରେ ଭାରତୀୟ ମାପଦଣ୍ଡ କାର୍ଯ୍ୟାଳୟ ତରଫ ରୁ ଏଲ.ଇ.ଡ଼ି ନିର୍ମାତାମାନଙ୍କୁ ତାଙ୍କ ଉତ୍ପାଦନର ସୁରକ୍ଷା ଯାଞ୍ଚ ପାଇଁ ବି.ଆଇ.ଏସ.ରେ ପଞ୍ଜିକୃତ କରିବାକୁ ନିର୍ଦେଶ ଜାରି କରିଛନ୍ତି ସର୍ଭେ ରିପୋର୍ଟ ଅନୁସାରେ ନକଲି ଉତ୍ପାଦନ ଯୋଗୁଁ ସରକାରଙ୍କର ବହୁତ କ୍ଷତି ହେଉଛି. ଏଲକୋମା ର ବଜାର ରିପୋର୍ଟ ଅନୁସାରେ ଏଲ.ଇ.ଡି ଫିଲିପ୍ସ ବଲ୍ବ ର ବ୍ୟବସାୟ ୧୦ ହଜ଼ାର କୋଟି ରୁ ଅଧିକ. ଘରଠୁ ଅଫିସ ବା ପାର୍ଟି ଯାଏଁ ସବୁଠି ଏଲ.ଇ.ଡି ବଲ୍ବ ର ଚାହିଦା କାହିଁରେ କଣ.ଲାଇଟିଙ୍ଗ ଇଣ୍ଡିଆ ର କହିବା ଅନୁସାରେ, ଏବଂ ଏଲକୋମା ର ଅଧୟନ ରିପୋର୍ଟ ର ଅନୁସାରେ ୨୦୧୦ ମସିହା ରେ ଏଲ.ଇ.ଡି ବଲ୍ବ ଭାରତୀୟ ବଜ଼ାର ରେ ୫୦୦ କୋଟି ତାଙ୍କ ର କାରବାର କରୁଥିବାବେଳେ ଆଜି ୧୦ ହାଜ଼ାର କୋଟି ରେ ପହଞ୍ଚିଛି.ସରକାରଙ୍କର ନକଲି ଓ ନାମହୀନ ଏଲ.ଇ.ଡି ବଲ୍ବ କମ୍ପାନୀ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର.