ଆପଣ ଜାଣନ୍ତି କି ? କେଉଁ ଲୁଣ ଶରୀର ପାଇଁ କେତେ ଉପଯୋଗୀ |

ଶରୀର ପାଇଁ ଲୁଣ ଲାଭଦାୟକ ଏବଂ ଜରୁରୀ ଅଟେ| ଲୁଣ ଏକ ଏପରି ପଦାର୍ଥ ଯାହା ଖାଦ୍ୟ ସନ୍ତୁଳିତ ମାତ୍ରାରେ ରହିଲେ ଖାଦ୍ୟର ସ୍ୱାଦ ବଢ଼ିଯାଇ ଥାଏ |ଏହି ଲୁଣ ଖାଦ୍ୟ ବା ଭୋଜନ ରେ କମ କିମ୍ବା ବେଶୀ ହୋଇଗଲେ ଭୋଜନ ସ୍ଵାଦହୀନ ହୋଇଯାଏ |ଶରୀର ରେ ଲୁଣ ର ମାତ୍ରା ସଠିକ ରହିବା ଉଚିତ |ଏହା ଦ୍ଵାରା ଶରୀର ଠିକ ରହେ ,ବଜାରରେ ଅନେକ ପ୍ରକାର ର ଲୁଣ ଦେଖିବାକୁ ମିଳେ ଯାହା ନିଜର ଗୁଣ ଦ୍ଵାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ |ଏଣୁ କରି ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ର ଲୁଣ ର ଗୁଣ ବିଷୟରେ ଜଣାଉଛୁ ,ଯାହାର ସାହାଯ୍ୟ ରେ ଆପଣ ଜାଣି ପାରିବେ ଦିନ ସାରା ର ଖାଦ୍ୟପେୟ ରେ କେଉଁ ଲୁଣ ବ୍ୟବହାର କରିବା ଦରକାର |


ସାଧା ଲୁଣ- ସାଧା ଲୁଣ ସମସ୍ତଙ୍କ ଘରେ ବ୍ୟବହାର କରାଯାଏ |ଏହି ସାଧା ଲୁଣ ରେ ସୋଡିୟମ ଅଧିକ ମାତ୍ରାରେ ଥାଏ |ଯାହା ଆମ ଶରୀର ରେ ପ୍ରତିରୋଧକ କ୍ଷମତା କୁ ବଢ଼ାଇ ଥାଏ| ମନେରଖନ୍ତୁ କୌଣସି ଲାଭଦାୟକ ଜିନିଷ ସେ ପର୍ଯ୍ୟନ୍ତ ଲାଭ ପହଞ୍ଚାଇ ଥାଏ,ଯେ ପର୍ଯ୍ୟନ୍ତ ଠିକ ମାତ୍ରାରେ ପ୍ରୟୋଗ କରାଯାଏ | ଅଧିକ ମାତ୍ରା ରେ ଲୁଣ ଖାଇବା ଦ୍ୱାରା ଆମ ହାଡ ଉପରେ ପ୍ରଭାବ ପକାଏ ଏବଂ ହାଡ ଦୁର୍ବଳ ହୋଇଯାଏ |

ସୈନ୍ଧବ ଲୁଣ– ଏହି ଲୁଣ ବାଷ୍ପିକରଣ ଦ୍ୱାରା ତିଆରି କରାଯାଏ ଏବଂ ଏହା ସାଧା ଲୁଣ ପରି ଲୁଣିଆ ମଧ୍ୟ ହୋଇଥାଏ | ଏହି ସୈନ୍ଧବ ଲୁଣ ଖାଇବା ଦ୍ୱାରା ପେଟଫୁଲିବା,ଦୁଶ୍ଚିନ୍ତା,କୁଣ୍ଡେଇ ହେବା କୋଷ୍ଠକାଠିନ ପରି ସମସ୍ୟା ସମୟ ରେ ସେବନ କରାଯାଏ |


କମସୋଡିୟମ ଥିବା ଲୁଣ- ଏହି ଲୁଣକୁ ଆପଣ ପୋଟାସିୟମ ନାମକ ଲୁଣ ନାମରେ ଜାଣିଥାନ୍ତି | ଏହି ଲୁଣରେ ମଧ୍ୟ ସାଧା ଲୁଣ ପରି ପୋଟାସିୟମ ଏବଂ ସୋଡିୟମ ମିଳେ ଯେଉଁମାନଙ୍କର ବ୍ଲଡ଼ ପ୍ରେସର ର ସମସ୍ୟା ଥାଏ, ସେମାନଙ୍କ ପାଇଁ ଏହି ଲୁଣ ର ସେବନ ବହୁତ ଲାଭଦାୟକ ହେଇଥାଏ | ବ୍ଲଡ଼ ପ୍ରେସର ସହିତ ହୃଦୟ ରୋଗୀ ଏବଂ ମଧୁମେହ ରୋଗୀ ମାନଙ୍କ ପାଇଁ ଏହି ଲୁଣ ଅତ୍ୟନ୍ତ ଲାଭ ପ୍ରଦ ଅଟେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତର ସ୍ୱତନ୍ତ୍ରତା ଦିବସ ରେ ପାକିସ୍ତାନ ର ପାଗଳାମି|

Fri Aug 16 , 2019
ଭାରତର ସ୍ୱତନ୍ତ୍ରତା ଦିବସ ରେ ପାକିସ୍ତାନ ର ପାଗଳାମି, ନିହତ ହେଲେ ୩ ପାକିସ୍ତାନୀ ସୈନିକ |କାଲି ଆମ ଦେଶ ୭୩ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ର ଘୃନ୍ୟ ଚକ୍ରାନ୍ତ,ପାକିସ୍ତାନ ଅପପ୍ରଚାର କରିଛି ଯେ ନିୟନ୍ତ୍ର ରେଖା(LOC)ରେ ୫ ଭାରତୀୟ ସୈନିକଙ୍କୁ ପାକିସ୍ତାନୀ ସୈନିକ ମାରିଦେଇଛନ୍ତି ବୋଲି କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହାକୁ ଅସ୍ୱୀକାର କରିବା ସହିତ LOCରେ ୩ ଜଣ ପାକିସ୍ତାନୀ ସୈନିକଙ୍କୁ […]

You May Like

Pin It on Pinterest