
ଅଦା କୁ ଯଦି ଚା ରେ ପକେଇ ଦିଆଯାଏ ତେବେ ଚା ର ସ୍ୱାଦ ଦ୍ୱି ଗୁଣ ହୋଇଯାଏ,ଏବଂ ତରକାରୀ ରେ କିମ୍ବା ଯେ କୌଣସି ପାକପଦ୍ଧତି ରେ ଅଦା ପକାଇଲେ ସେହି ପାକ ର ବାସ୍ନା ସହ ସ୍ୱାଦ ବଢିଯାଏ | ବଦଳୁଥିବା ଋତୁରେ ହେଉଥିବା ଦେହ ଖରାପ ରୁ ରକ୍ଷା ପାଇବା ପାଇଁ ଆମେମାନେ ପ୍ରାୟତଃ ଚା ରେ ଅଦା ପକାଇ ପିଇବା ପାଇଁ ପସନ୍ଦ କରୁ କାରଣ ଅଦାରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା ରୁ ହେଉଥିବା ମୁଣ୍ଡ ବିନ୍ଧା, କାଶ ସହଜରେ ହୁଏ ନାହିଁ |ଯଦି ଆମେ କହିବୁ ଯେ ଅଦାରେ ଥିବା ଔଷଧୀୟ ଗୁଣ ବ୍ୟତୀତ ଦେହ ଖରାପ କରିବାର ତତ୍ୱ ବି ମିଳେ ତେବେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ |
ସାଧାରଣତଃ ଲୋକମାନେ ଥଣ୍ଡା କାଶ ଏବଂ ପେଟ ରୋଗ ପାଇଁ ଅଦାର ସେବନ କରନ୍ତି କିନ୍ତୁ ମେରିଲ୍ୟାଣ୍ଡ ୟୁନିଭର୍ସିଟି ର ମେଡିକାଲ ସେଣ୍ଟର ୱେବସାଇଟ୍ ର ଅନୁସାରେ ବେଶୀ ଅଦା ସେବନ କରିବା ଦ୍ୱାରା ଏସିଡ଼ିଟି,ଛାତି ପୋଡିବା,ପତଳା ଝାଡା ଆଦି ରୋଗ ହୋଇଥାଏ |ଯଦି ଆପଣ ଏହି ସବୁ ରୋଗରୁ ରକ୍ଷାପାଇବାକୁ ଚାହୁଁଛନ୍ତି ତେବେ କମ୍ ମାତ୍ର ରେ ଅଦା ବ୍ୟବହାର କରନ୍ତୁ |

ଯଦି ଆପଣ ମଧୁମେହ ରୋଗୀ ତେବେ କମ୍ ମାତ୍ରାରେ ଅଦା ଶେବନ କରିବାଟା ହିଁ ଆପଣଙ୍କ ପାଇଁ ଲାଭଦାୟକ | କାରଣ ଅଦା ଧୀରେ ଧୀରେ ଅପାଙ୍କର ବ୍ଲଡ଼୍ ସୁଗାର କୁ କମ୍ କରିଦିଏ ଯାହା ଦ୍ୱାରା ଆପଣଙ୍କୁ ହାଇପୋଗ୍ଲାଇସୀମିୟା (ରକ୍ତରେ ସୁଗାର କମ୍) ହବାର ବିପଦ ବଢିଯାଏ |
ବହୁତ ଅନୁସନ୍ଧାନ ପରେ ଏହା ନିର୍ଣ୍ଣୟ ବାହାରିଛି ଯେ ଅଦା କୌଣସି ପ୍ରକାର ର ଚାପ ପାଇଁ ଠିକ୍ ନୁହେଁ | ଯଦି ଆପଣଙ୍କୁ ଲୋ ବ୍ଲଡ଼ ପ୍ରେସର ର ସମସ୍ୟା ଅଛି ତେବେ ଏହା ଆହୁରି ଲୋ କରି ପାରେ ଯାହା ବହୁତ ଭୟଙ୍କର ସାବ୍ୟସ୍ତ ହୋଇ ପାରେ |


