୨୦୦ କୋଟି ଖର୍ଚ୍ଚରେ ନବକଳେବର ହେବ କକଳିଙ୍ଗ, ଷ୍ଟୁଡିଓକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ |

୨୦୦ କୋଟି ଖର୍ଚ୍ଚରେ ନବକଳେବର ହେବ କକଳିଙ୍ଗ, ଷ୍ଟୁଡିଓକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ |

ବାସ୍ତବବ୍ୟୁରୋ:ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହାକୁ ‘‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବ।ଏଠାରେ ଆଧୁନିକ ସିନେମା ଷ୍ଟୁଡିଓର ସବୁ ସୁବିଧା ରହିବ । ଏହା ସହ ପର୍ଯ୍ୟଟନ ଓ ସାମାଜିକ ‌େକନ୍ଦ୍ର ଭାବେ ମଧ୍ୟ ଏହାର ଲୋକମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିବ। ସିନେମା ଶିଳ୍ପ କ୍ଷେତ୍ରରେ କଳିଙ୍ଗ ଷ୍ଟୁଡିଓର ଅବଦାନ ଓ ଭବିଷ୍ୟତ ଅଭିବୃଦ୍ଧିକୁ ବିଚାର କରି ଏହାକୁ ଏକ ନିଯୁକ୍ତି ସୃଷ୍ଟିକାରୀ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଷ୍ଟୁଡିଓ ଭାବେ ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଷ୍ଟୁଡିଓକୁ ସାଂସ୍କୃତିକ ଛାପ ଦେବା ସହ ଚଳଚଞ୍ଚଳ କରିପାରିବେ। ଏହା ଦ୍ବାରା ଷ୍ଟୁଡିଓର ଆୟ ମଧ୍ୟ ବଢ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ କଳିଙ୍ଗ ଷ୍ଟୁଡିଓକୁ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଏକ ଅତ୍ୟାଧୁନିକ କେନ୍ଦ୍ର ଭାବେ ବିକଶିତ କରିବାର ସମସ୍ତ ସମ୍ଭାବନା ରହିଛି। ଏହି ସବୁ ସମ୍ବଳ ଓ ସମ୍ଭାବନାକୁ ଭିତ୍ତି କରି ପୁନର୍ବିନ୍ୟାସ ଯୋଜନା ପ୍ରସ୍ତୁତ କରାଯାଇଛି। ୨୬ ଏକର ଜାଗାରେ ନିର୍ମିତ ଷ୍ଟୁଡିଓରେ ବର୍ତ୍ତମାନ ରେକର୍ଡିଂ ପରୀକ୍ଷାଗାର, ଇନ୍‌ଡୋର ସୁଟିଂ ସ୍ଥାନ, ଖୋଲା ଉଦ୍ୟାନ, ମନ୍ଦିର ଓ କୁଡ଼ିଆ ଆଦି ରହିଛି। ବର୍ତ୍ତମାନ ଏହା ମାସିକ ୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ କରୁଛି।

ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା, ପ୍ରସ୍ତାବିତ ପୁନର୍ବିନ୍ୟାସ ନିମନ୍ତେ ପାଣ୍ଠି ବିନିଯୋଗ, ଏହା ମାଧ୍ୟମରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି, ଷ୍ଟୁଡିଓକୁ ଆତ୍ମନିର୍ଭରଶୀଳ ଓ ନିରନ୍ତର କରିବା ନିମନ୍ତେ ରାଜସ୍ବ ସଂଗ୍ରହ ପନ୍ଥା ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ଉନ୍ନୟନ କହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ପାଣିପାଗ - ୧୪ଟି ଜିଲ୍ଲାରେ ହୋଇପାରେବଜ୍ରପାତ ।

Fri Feb 19 , 2021
ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ,ରାଜ୍ୟର ୧୪ଟି ଜିଲ୍ଲାରେ ବଜ୍ରପାତ ହୋଇପାରେ। ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତିର ସମ୍ଭାବନା ଅଧିକ | କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ |ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ସତର୍କ […]

You May Like

Pin It on Pinterest