ଅଶ୍ୱତ୍ଥ ଗଛକୁ ଛୁଇଁ ଭକ୍ତିରେ କୁହନ୍ତୁ ଏ ତିନି ଶବ୍ଦ ପୁରାଣ ହେବ ସବୁ ମନସ୍କାମନା

ଏହି ଦୁନିଆରେ ପ୍ରତି ବ୍ୟକ୍ତିକୁ ସୁଖ ଏବଂ ଦୁଃଖର ସାମ୍ନା କରିବାକୁ ପଡିଥାଏ | ମନ୍ୟୁଷ ଜୀବନରେ ସୁଖ ଆଉ ଦୁଃଖ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କିନ୍ତୁ କିଛି ବ୍ୟକ୍ତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳୁଥିବା ବେଳେ କିଛି ବ୍ୟକ୍ତିଙ୍କ ଜୀବନ କାଳ ମଧ୍ୟରେ ଦୁଃଖ ହିଁ ଦୁଃଖ ମିଳିଥାଏ | ତଥାପି ବ୍ୟକ୍ତି ମନରେ ଆଶା ବାନ୍ଧିଥାଏ କେବେ ନା କେବେ ଦୁଃଖର ଅଂଟା ଘଟିବ | ଦିନ ପରେ ରାତି ଆଉ ରାତି ପରେ ଦିନ ଆସିବା ଭଳି ଦୁଃଖ ପରେ ସୁଖର ଆଗମନ ନିଶ୍ଚିତ | ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହୁଚୁ ଯାହାକୁ ପାଳନ କଲେ ଆପଣଙ୍କ ଦୁଃଖ ଦୂର ହୋଇପାରିବ |

ଆପଣଙ୍କୁ ୨୧ ଶନିବାର ଏହି ଉପାୟ କରିବାକୁ ପଡିବ | ପ୍ରକୃତରେ ଯେଉଁ ମନୁଷ୍ୟ ଭଗବାନ ହନୁମାନ ଏବଂ ଶନିଦେବଙ୍କର କୃପା ପ୍ରାପ୍ତ କରିଥାଏ ତାଙ୍କୁ ଜୀବନରେ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ ଏବଂ ସର୍ବଦା ସୁଖରେ ଜୀବନ କଟିଥାଏ |

ଏହି ଉପାୟ କରିବାକୁ ଆପଣ ପ୍ରତି ଶନିବାର ଅଶ୍ୱତ୍ଥ ବୃକ୍ଷ ନିକଟକୁ ଯାଆନ୍ତୁ ଏବଂ ସେଠାରେ ଶନିଦେବଙ୍କୁ ଧ୍ୟାନ କରନ୍ତୁ|ଧ୍ୟାନ କରିବା ପରେ ଶନିଦେବଙ୍କ ଉଦେଶ୍ୟରେ ପ୍ରାର୍ଥନା କରନ୍ତୁ ଏବଂ ଯେଉଁ ମନୋକାମନା ଆପଣଙ୍କ ମନରେ ଅଛି ତାହା ମାଗନ୍ତୁ | ତା ପରେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ | ଏହି ଦୀପରେ କିଛି କଳାରାଶି ଏବଂ ବିରିଡାଲି ପକାଇଦିଅନ୍ତୁ ତାପରେ ଏହି ଦୀପରେ ସାତଥର ଆଳତୀ ନିଅନ୍ତୁ | ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କରି “ଓଁ ଶଂ ଶନିଶ୍ଚରାୟ ନମଃ” ମନ୍ତ୍ର ୨୧ ଥର ଜପ କରନ୍ତୁ ଏବଂ ପୁଣି ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କରି ନିଜ ଘରକୁ ଚାଲିଆସନ୍ତୁ| ଗୋଟିଏ କଥା ଧ୍ୟାନରେ ରଖିବେ ପୁନସ୍ତ ପଛକୁ ଫେରି ଅଶ୍ୱତ୍ଥ ବୃକ୍ଷ ଆଡକୁ ଦେଖିବେ ନାହିଁ | ଏହି ମନ୍ତ୍ର ଶନିଦେବଙ୍କର ଦିବ୍ୟମନ୍ତ୍ର ଅଟେ| ଯେଉଁ ବ୍ୟକ୍ତି ଏହି ମନ୍ତ୍ରକୁ ଜପ କରନ୍ତି ତାଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସେ ନାହିଁ ଏବଂ ବହୁତ ଧନର ଅଧିକାରୀ ମଧ୍ୟ ହୋଇଥାନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Sep 11 , 2019
୧-ପରିବହନ ଅଧିକାରୀଙ୍କ ଛୁଟି ବାତିଲ, ଛୁଟି ଦିନରେ ଖୋଲା ରହିବ ଅଫିସ୍‌:ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ୨-‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଡଃ ଶିଶିର ବେହେରା ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୩-ଆଜି ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ଚାଲାଣ, ରାଜସ୍ଥାନର ଟ୍ରକ ମାଲିକ ଭରିଲେ ୧, ୪୧, ୭୦୦ ଟଙ୍କାର ଜୋରିମାନା। ୪-ଓଏଏସ୍‌ସ୍ତରରେ ଅଦଳ ବଦଳ, ଭିମସାରର ପ୍ରଶାସନିକ ଅଧିକାରୀ ହେଲେ ସୁବ୍ରତ କୁମାର ନାୟକ। […]

You May Like

Pin It on Pinterest