
ବାସ୍ତବବ୍ୟୁରୋ:( ମୁମ୍ବାଇ) କରୋନାର ଭୟଙ୍କର ପରିସ୍ଥିତି ଦେଶରେ ନୁହେଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି | କେଉଁଠି କୋମଳମତି ଶିଶୁଙ୍କ ପାଖରୁ ଛଡାଇ ନେଉଛି ବାପ ମାଆଙ୍କୁ ତ,କେଉଁଠି ସ୍ତ୍ରୀ ହାତରୁ ମେହେନ୍ଦି ଲିଭିବା ଆଗରୁ ଛଡାଇ ନେଉଛି ସ୍ୱାମୀ କୁ |ଏହିଭଳି ପରିସ୍ଥିରେ ଭିତରେ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଏବେ ସୁଧା କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରର ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ୫୧ ବର୍ଷୀୟ ମହିଳା ଡାକ୍ତର ସୋମବାର ବିଳମ୍ବିତ ରାତିରେ କରୋନାରେ ପ୍ରାଣ ହରାଇଛନ୍ତି।
ମୃତ୍ୟୁ ପୂର୍ବରୁ ସେ ସମସ୍ତଂକ ହୃଦୟରେ ଜାଗା ସୃଷ୍ଟି କରି ଯାଇଛନ୍ତି ,ବୋଧହୁଏ ସେ ଦେଖି ପାରିଥିଲେ ମୃତ୍ୟୁକୁ | ସେଇଥି ପାଇଁ ବୋଧେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କର ବନ୍ଧୁମାନଙ୍କୁ ଫେସବୁକ୍ରେ ଶେଷ ଗୁଡ ମର୍ଣ୍ଣିଂର ଶୁଭେଚ୍ଛା ଜଣାଇ ଆଗୁଆ ବିଦାୟ ସମ୍ପର୍କରେ ଜଣାଇ ସାରିଥିଲେ।୫୧ ବର୍ଷୀୟ ମନୀଷା ଯାଦବ, ମୁମ୍ବାଇର ସେୱରି ଟିବି ହସ୍ପିଟାଲରେ ମୁଖ୍ୟ ରବିବାର ସେ ତାଙ୍କ ଫେସବୁକ୍ରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଆଉ ବୋଧେ ବଞ୍ଚିବେ ନାହିଁ ବୋଲି ସମସ୍ତଙ୍କୁ ଜଣାଇଥିଲେ। ଯାହା ଆଜି ଭାଇରଲ ହେବାର ଲାଗିଛି,ଆଉ ସମସ୍ତଙ୍କ ଆଖିରେ ଲୁହ ଦେଉଛି|କାରଣ ପୋଷ୍ଟ କରିବାର ପ୍ରାୟ ୩୬ ଘଣ୍ଟା ପରେ ସତକୁ ସତ କରୋନା ତାଙ୍କୁ ସବୁ ଲୋଭ ମାୟା ବନ୍ଧନରୁଦୁରେଇ ଦେଇଛି |ଚିର ଦିନପାଇଁ ଶୋଇ ଯାଇଛନ୍ତି ମନୀଷା ଯାଦବ,ସବୁ ସମ୍ପର୍କରୁ ନେଇଛନ୍ତି ବିଦାୟ ।