ଅଣ୍ଡର ୧୯ ମହିଳା ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ: ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା

ବାସ୍ତବ ବ୍ୟୁରୋ:ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର ଶ୍ୱେତା ଶେରାୱତଙ୍କ ୪୫ ବଲରେ ଅପରାଜିତ ୬୧ ରନ ବଳରେ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଭାରତୀୟ ମହିଳା ଦଳକୁ ଫାଇନାଲ ଟିକେଟ ପାଇଁ ୩୫ ବଲରେ ୨ ରନ ଦରକାର ଥିବା ବେଳେ ଶ୍ୱେତା ଦମଦାର ଚୌକା ସହ ବିଜୟ ମୁଣ୍ଡି ମାରିଥିଲେ।

ତେବେ ବୋଲିଂରେ ଭଲ ପ୍ରଦର୍ଶନ ଦେଖାଇଥିବା ପାର୍ଶବୀ ଚୋପ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ୪ ଓଭରରେ ୨୦ ରନ ଦେଇ ୩ ୱିକେଟ ହାସଲ କରିଛନ୍ତି। ତାଙ୍କ ଘାତକ ବୋଲିଂ ଯୋଗୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଟିମ ସଙ୍କଟରେ ପଡ଼ିଥିଲା। ସେହିପରି ଶ୍ୱେତା ଅର୍ଦ୍ଧଶତକ ହାସଲ କରି ଶୀର୍ଷ ସ୍କୋରର ହୋଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନ ଏ ସି ବାଲିଗାଁରେ ଅର୍ଜୁନ ପାର୍କ ଓ ମିଶନଶକ୍ତି ଗୃହର ଶୁଭ ଉଦଘାଟନ....

Fri Jan 27 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତାସେଠୀ, ଜିଲ୍ଲା ପରିଷଦ […]

You May Like

Pin It on Pinterest