ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ବାସ୍ତବ ବ୍ୟୁରୋ : ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ପ୍ରେରକ ମଙ୍କଡ୍ ୬୪ରନ ଓ ମାର୍କସ ଷ୍ଟୋଇନିସ ୪୦ରନ କରିଥିଲେ । ସେହିପରି ନିକୋଲାସ ପୁରନ୍ ୪୪ରନ କରିଥିଲେ । କ୍ବିଣ୍ଟନ ଡିକକ୍ ୨୯ରନ କରିଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଦଳ ପକ୍ଷରୁ ହେନରିକ କ୍ଲାସେନ ୪୭ରନ, ଅବଦୁଲ ସମଦ ୩୭ରନ, ଆଇଡେମ ମାର୍କରାମ ୨୮ରନ ଓ ଅନମୋଲପ୍ରିତ ସିଂ ୩୬ରନ କରିଥିଲେ ।

ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୨ଟି ଓ୍ବିକେଟ ନେଇଥିବାବେଳେ ଅମିତ ମିଶ୍ରା, ଅଭେସ ଖାଁ, ୟୁଦ୍ଧବୀର ସିଂ ଓ ୟସ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସେୟାର କରନ୍ତୁ

Next Post

ଆଜି ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର୍‌ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ମୋକା’

Sun May 14 , 2023
ବାସ୍ତବ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ମୋକା’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୭ କିଲୋମିଟର୍‌ ବେଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ଭୋର୍‌ ୫.୩୦ରେ ଉତ୍ତରପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗର ସୂଚନାରୁ ଜଣାପଡ଼ିଛି। ସ୍ଥଳଭାଗରୁ ହିସାବ କଲେ ସାମୁଦ୍ରିକ ବାତ୍ୟା ‘ମୋକା’ ଏବେ ପୋର୍ଟ ବ୍ଲେୟାର୍‌ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍‌, […]

You May Like

Pin It on Pinterest