
ବାସ୍ତବ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା କମିନାହିଁ। ସୋସିଆଲ ମିଡିଆରେ ଏବେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବା ସହ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଉଇକିପିଡିଆରେ ସର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଭଲ ପ୍ରଦର୍ଶନ ନକରି ବି ଉଇକିପିଡ଼ିଆ ପୃଷ୍ଠାରେ କୋହଲି ବାକି ଖେଳାଳିଙ୍କୁ ବହୁ ପଛରେ ପକାଇଛନ୍ତି।
ବିଶ୍ୱ କ୍ରିକେଟର ଅନ୍ୟ ଖେଳାଳିଙ୍କ ତୁଳନାରେ ବିରାଟ କୋହଲିଙ୍କ ଉଇକିପିଡ଼ିଆ ପୃଷ୍ଠା ସର୍ବାଧିକ ଖୋଜା ଯାଇଥିବା ପୃଷ୍ଠା ହୋଇପାରିଛି। କୋହଲି ବର୍ତ୍ତମାନ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି। ଭାରତ ଡୋମିନିକାର ୱିଣ୍ଡସର୍ ପାର୍କରେ ଜୁଲାଇ ୧୨ରୁ ୨ଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ବିରାଟ ନିଜ ନାରେ ଏହି ରେକର୍ଡ ସାମିଲ କରିବା ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।