ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍; ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍ 

ବାସ୍ତବ ବ୍ୟୁରୋ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିସହିତ ସେପ୍ଟେମ୍ବର ୨ ତାରିଖରେ ଦୁୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ବୋଲି ଜୟ ଶାହା ଘୋଷଣା କରିଛନ୍ତି ।

ଏସିଆନ୍ କ୍ରିକେଟ୍ କାଉନସିଲ୍ ତରଫରୁ ଏସିଆ କପ୍ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହା ଆରମ୍ଭ ହେଇ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏଥର ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବାକୁ ଥିବାବେଳେ, ବାକି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ବୋଲି ସୂଚନା ରହିଛି ।

ଏସିଆ କପର ଆରମ୍ଭ ଅଗଷ୍ଟ ୩୦ ତାରିଖରେ ପାକିସ୍ତାନ-ନେପାଳ ମ୍ୟାଚରୁ ହେବ । ଏହାପରେ ଅଗଷ୍ଟ ୩୧ରେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ଏବଂ ତା ପରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଏହାସହ ଭାରତ ନିଜର ଦ୍ୱିତୀୟ ଲିଗ୍ ମ୍ୟାଚ୍ ସେପ୍ଟେମ୍ବର ୪ ତାରିଖରେ ନେପାଳ ସହ ଖେଳିବ ବୋଲି ସୂଚନା ରହିଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ସେୟାର କରନ୍ତୁ

Next Post

ଆସନ୍ତା ୨୪ରେ ଆଉ ଏକ ଲଘୁଚାପ

Thu Jul 20 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ଏନେଇ ଟ୍ୱିଟ୍ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]

You May Like

Pin It on Pinterest